Odiapua.com

ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର, ୨୧/୦୭ (ଓଡ଼ିଆ ପୁଅ) : ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

ସ୍ୱର୍ଗତଃ ଟଣ୍ଡନ ଜଣେ ଲୋକପ୍ରିୟ ଜନନେତା, ଦକ୍ଷ ପ୍ରଶାସକ ଏବଂ ସମାଜସେବୀ ଭାବେ ବେଶ ଜଣାଶୁଣା ଥିଲେ। ସବୁ ସମୟରେ ସେ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ। ସ୍ୱର୍ଗତଃ ଟଣ୍ଡନ ଦୁଇ ଥର ଉତର ପ୍ରଦେଶ ବିଧାନ ପରିଷଦର ସଦସ୍ୟ ଏବଂ ୧୯୯୬ ରୁ ୨୦୧୯ ମଧ୍ୟରେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ଲକ୍ଷୌ୍ମ ସଂସଦୀୟ କ୍ଷେତ୍ରରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ରେ ତାଙ୍କୁ ବିହାର ରାଜ୍ୟପାଳ ଏବଂ ପରେ ତାଙ୍କୁ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଦାୟୀତ୍ୱ ଦିଆଯାଇଥିଲା। ସମାଜର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତଃ ଟଣ୍ଡନଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।