Odiapua.com

ମଦ ସହ ସ୍କୁଟି ଜବତ, ୩ ଗିରଫ

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା, କୋରିଗାଁ, ମାଳଦା, ରାଢୋ, ନଗୁଆଁ, ବିମ୍ବଳବର ଗ୍ରାମରୁ ଧାମନଗର ଅବକାରୀ ପୁଲିସ ଗତକାଲି ୮୦ ଲିଟର ଦେଶୀ ମଦ ଓ ୧୪.୨୨୦ ଲିଟର ବିଦେଶୀ ମଦ ଜବତ କରିଛଇ। ଏଥିସହ ମଦ ପରିବହନରେ ସଂପୃକ୍ତ ୨୨ ଟି ୨୫୮୬ ନଂ ବିଶିଷ୍ଟ ଗୋଟିଏ ସ୍କୁଟି ଜବତ କରି ୩ ଅଭିଯୁକ୍ତ ସରକସଦା ଗ୍ରାମର ଆନନ୍ଦ ଜେନା, କୋରିଗାଁ ଗ୍ରାମର ସୁଧାକର ମହାନ୍ତି ଓ ଅନନ୍ତପୁର ଗ୍ରାମର ଦିନା ମୁଣ୍ଡାଙ୍କୁ ଗିରଫ କରିଛି। ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଏ.ଏସ.ଆଇ. ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଶିବପ୍ରସାଦ ସାହୁ, ସନ୍ଧ୍ୟରାଣୀ ସେନାପତି ପ୍ରମୁଖ ଚଢାଉରେ ଅଂଶଗ୍ରହଣ କରିଥିଲେ।