Odiapua.com

ମଦ ପାଇଁ ସାମାଜିକ ଦୂରତା କୁ ଭୁଲିଗଲେ ଗ୍ରାହକ, ମଦଦୋକାନୀ ଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଟାନ ଗ୍ରହଣ

ମାଲକାନଗିରି,୨୬ା୫(ଓଡିଆ ପୁଅ ) କରୋନା ପାଇଁ ମଦଦୋକାନ ଗୁଡକୁ ବନ୍ଦକରିଦିଆ ଯାଇଥିଲା ,ଗତ କାଲି ଠାରୁ ଅନଲାଇନ ରେ ମଦ ଘରେ ପହଁଚାଇ ଦେବା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସମଗ୍ର ବିଶ୍ୱବାସୀ କରୋନା ମହାମାରିକୁ ନେଇ ଅସ୍ତବ୍ୟସ୍ତ ହୋଇ ଜୀବନ ଓ ଜୀବିକାକୁ ନେଇ ସଂଘର୍ଷ କରୁଥିବା ବେଳେ ମଦ ବିକ୍ରୀ ପାଇଁ ଅନଲାଇନ ରେ ନିର୍ଦ୍ଦେଶ ଦିଆଯାଇଥିବାରୁ ମଦକୁ ନେଇ ମହାଭାରତ ଆରମ୍ଭ ହୋଇଯାଇଛି । ବିଶେଷ କରି ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ୨ନମ୍ବର ବିଦେଶି ମଦ ଦୋକାନ ଆଗରେ ମଦ ନେବାପାଇଁ ପ୍ରବଳ ଭିଡ ହୋଇଥିବାର ଦେଖିବାକୁ ମିଳିଛି, ଅବକାରୀ ବିଭାଗ କର୍ମଚାରୀଙ୍କ ବାରଣ ସ୍ୱତ୍ୟେ କିଛି ସମୟ ପାଇଁ ସେଠାରେ ସମସ୍ତେ ସାମାଜିକ ଦୂରତାକୁ ଭୁଲି ଯାଇ ମଦ ବୋତଲଟିଏ ପାଇଁ ଠେଲା ପେଲା ଆରମ୍ଭ କରିଦେଇଥିଲେ । ଅନଲାଇନ ରେ ମଦ ବିକ୍ରୀ ପାଇଁ ଅନୁମତି ଦିଆଯାଇଥିବା ବେଳେ ମଦ ଦୋକାନ ଆଗରେ ଅଯଥା ଭିଡ ହେଉଥିବାର ଖବର ପାଇ ଜିଲ୍ଲାଅବକାରୀ ଅଧିକ୍ଷକ ଅଶୋକକୁମାର ସେଠ ଅବକାରୀ କର୍ମଚାରୀ ମାନଙ୍କ ସହିତ ତୁରନ୍ତ ସେଠାରେ ପହଁଚି ଦୋକାନୀଙ୍କୁ ତାଗିଦ କରିବା ସହିତ ଗ୍ରାହକ ମାନଙ୍କୁ ମଦ ଦୋକାନ ଆଗରେ ଅଯଥା ଭିଡନକରି ଅନଲାଇନ କିମ୍ବା ଫୋନ ଯୋଗେ ମଦ ହୋମ ଡେଲିଭେରୀ ଅର୍ଡର ଦିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ । ମାଲକାନଗିରି ଜିଲ୍ଲାସଦର ମହକୁମା ୨ନମ୍ବର ସରକାରୀ ବିଦେଶି ଠିପି ବନ୍ଦ ମଦଦୋକାନ ଆଗରେ ଆଜି ଭିଡ ଜମିଥିବାରୁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ସଂପୃକ୍ତ ବିଦେଶୀ ମଦଦୋକାନୀ ଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ କାଲି ପ୍ରଥମ ଦିବସରେ ୬ଟି ବିଦେଶୀ ମଦ ଦୋକାନି ଅନଲାଇନ ହୋମ ଡେଲିଭେରୀ ରେ ଅଶଂଗ୍ରହଣ କରିଥିଲେ । ୬୮୦ଟି ଅର୍ଡର ବୁକିଂ ହୋଇଥିଲା,ସେଥିମଧ୍ୟରୁ ୨୨୦ ଲିଟର ବିଦେଶୀ ମଦଓ ୭୧୧ଲିଟର ବିଅର ହୋମ ଡେଲିଭେରୀ କରାଯାଇଥିବା ବେଳେ ଆଜି ୧୫ଟି ବିଦେଶୀ ମଦ ଦୋକାନି ଙ୍କ ନିକଟରେ ୬୮୦ଟି ଅର୍ଡର ବୁକିଂ ହୋଇଥିଲା,ସେଥିମଧ୍ୟରୁ ୪୫୫.୫୨୩ଲିଟର ବିଦେଶୀ ମଦ ଓ ୧୦୫୮.୮୦୦ଲିଟର ବିଅର ହୋମ ଡେଲିଭେରୀ କରାଯାଇଛି,ସମସ୍ତ ମଦ ଦୋକାନି ଅନଲାଇନ କିମ୍ବା ଫୋନ ଯୋଗେ ବୁକିଂ ଅର୍ଡର ରଖି ଗ୍ରାହକ ମାନଙ୍କ ଘରେ ମଦ ପହଁଚାଇବେ,ଏଥିରୁ ଖିଲାପ କଲେ କିମ୍ବା ଦୋକାନ ଆଗରେ ଭିଡଜମାଇଲେ ସଂପୃକ୍ତ ମଦ ଦୋକାନିଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାଅବକାରୀ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ କହିଛନ୍ତି ।