Odiapua.com

ମଦ ଜବତ, ୩ ଅଭିଯୁକ୍ତ ଗିରଫ

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଭଣ୍ଡାରିପୋଖରୀ, ମଞ୍ଜୁରୀ, ନଗୁଆଁ, ପାଟୁଳୀ, ଶାସନ, ନାଆମୀ, ମଞ୍ଜୁରୀରୋଡ ଆଦି ଅଞ୍ଚଳରୁ ଧାମନଗର ଅବକାରୀ ପୁଲିସ ୧୬୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଅଭିଯୁକ୍ତ ମଞ୍ଜୁରୀ ଗ୍ରାମର ମହେଶ୍ୱର ମଳିକ, ପାଟୁଳୀ ଗ୍ରାମର ରବିନ୍ଦ୍ର ଜେନା ଓ ନଗୁଆର ଗଗନ ଜେନାଙ୍କୁ ଗିରଫ କରାଯାଇଛି। ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଏ.ଏସ.ଆଇ. ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଶିବପ୍ରସାଦ ସାହୁ, ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ଚଢାଉରେ ଅଂଶଗ୍ରହଣ କରିଥିଲେ।