Odiapua.com

ମଦ୍ୟପ ମା’ର ନାରକୀୟ କାଣ୍ଡ: ଗ୍ରାମବାସୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ୪ଟି ଜୀବନ

ମାଲକାନଗିରି, ୨୯ା୩(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଜଣେ ମଦ୍ୟପ ମା’ ନିଜ ଜନ୍ମକଲା ପିଲାଙ୍କୁ ହତ୍ୟା ଓ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଗ୍ରାମବାସୀମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ନାରକୀୟ କାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪ ଜଣ, ସେମାନେ ଆହତ ହୋଇଥିଲେ ମଧ୍ୟ ଜୀବନ ବଞ୍ଚିଯାଇଛି। ଏମିତି ଏକ ଲୋମହର୍ଷଣକାରୀ ଅଭାବନୀୟ ଘଟଣା ଘଟିଛି କାଲିମେଳା ଥାନାସ୍ଥ ଚିନ୍ତଲ ୱାର୍ଡା ପଞ୍ଚାୟତ ନିକଟବର୍ତ୍ତି ସିନ୍ଧିଗୁଡା ଗ୍ରାମରେ। ସେହି ଗ୍ରାମର ଦେବାକବାସି ଜଣେ ଗରିବ କୋୟା ଆଦିବାସୀ ସଂପ୍ରଦାୟର, ଘରକୁ ସ୍ତ୍ରୀ ଗାଙ୍ଗି, ୬ବର୍ଷ ଝିଅ ପୂଜା, ୪ବର୍ଷର ପୁଅ ବିକାଶ ଓ ୨ ବର୍ଷର ପୁଅ ପବିତ୍ର ସେମାନେ ଦୁଃଖେ କଷ୍ଟେ ପରଘରେ କୁଲି ମଜଦୁରି ଲାଗି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତି ପୋଷଣ କରିଥାନ୍ତି। ଗୁରୁବାର ଦିନ ଦେବା ସାନ ପୁଅ ପବିତ୍ରକୁ ପାଖ ପଡୋଶୀ ଘରେ ଛାଡିଦେଇ ଅନ୍ୟ ଦୁଇଟି ପିଲାଙ୍କୁ ଧରି ନିକଟସ୍ଥ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ସ୍ୱାମୀ ଓ ପିଲାମାନେ ଘରେ ନଥିବାର ସୁଯୋଗଦେଖି ଦେବାର ସ୍ତ୍ରୀ ଗାଙ୍ଗି ଘରେଥିବା ସଲପ ମଦ ପିଇଦେଇ ନିଶାରେ ଚୁର ରହିଥିଲେ। ପିଲା ଦୁଇଜଣଙ୍କୁ ଭୋକ ଲାଗିବାରୁ ସେମାନଙ୍କୁ ଘରେ ଛାଡିଦେଇ ତାଙ୍କ ସ୍ତ୍ରୀ ଗାଙ୍ଗିକୁ କହିଥିଲେ ସେମାନଙ୍କୁ ଖାଇବାକୁ ଦେଇ ମହୁଲ ଗୋଟାଇବା ପାଇଁ ଆସିବୁ କହି ଦାବ ପୁଣି ଜଙ୍ଗଲକୁ ଚାଲିଯାଇଥିଲେ ଦେବା। ମା ଆମକୁ ଭୋକ ଲାଗିଲାଣି ଶିଘ୍ରଖାଇବାକୁ ଦେ କହିବାରୁ ନିଶାରେ ଥିବା ଗାଙ୍ଗୀ ହଟାତ ରାଗି ଉଠି ଘରେ ପଡିଥିବା ଏକ ବ୍ଲେଡରେ ପୁଅ ବିକାଶ ଓ ଝିଅ ପୂଜାର ର ଗଳାକୁ କାଟିମାରିଦେବାକୁ ଚେଷ୍ଟାକରିଥିଲେ, ସେମାନେ ଚିତ୍କାର କରିବାରୁ ଗ୍ରାମବାସୀମାନେ ସେଠାରେ ପହଁଚି ଯିବାରୁ ଗାଙ୍ଗି ମଧ୍ୟ ନିଜ ଗଳାକୁ ସେହି ବ୍ଲେଡରେ କାଟିଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଲୋମହର୍ଷ ଦୃଶ୍ୟ ଗ୍ରାମବାସୀ ମାନେ ଦେଖି ଗାଙ୍ଗି ଠାରୁ ବ୍ଲେଡଛଡାଇ ନେଇ ପିଲାମାନଙ୍କ ଗଳାରେ କପଡା ବାନ୍ଧି ଦେଇଥିଲେ।କିଛି ଯୁବକ ୧୦୮ଆମ୍ବୁଲାନ୍ସ କୁ ଫୋନକରି ଆହତ ତିନିଜଣଙ୍କୁ ତୁରନ୍ତ ମାଲକାନଗିରି ଜିଲ୍ଲା ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇ ଦେଇଥିଲେ। ମାଲକାନଗିରି ହସପିଟାଲରେ ସଙ୍ଗେ ସଙ୍ଗେ ଡାକ୍ତର ସେମାନଙ୍କ ଚିକିତ୍ସା ଆରମ୍ଭ କରିଦେଇଥିଲେ। ହସପିଟାଲକୁ ଆଣିବାରେ ବିଳମ୍ବ ହୋଇଥିଲେ ତିନିଜଣଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡିଥାନ୍ତା। ମା’ ଓ ଝିଅ ବିପଦ ମୁକ୍ତ ଥିବା ବେଳେ ପୁଅର ସ୍ୱାଶନଳୀ କଟି ଯାଇଥିବାରୁ ସେ ଗୁରୁତର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ସପନକୁମାର ଧିଣ୍ଡା କହିଛନ୍ତି। ଦେବା କବାସି ଘରେ ପହଁଚିଲା ପରେ ସବୁ ଘଟଣା ଜାଣିବା ପରେ ସେ ଗତକାଲି ରାତ୍ରରେ ହସପିଟାଲରେ ପହଁଚିଛନ୍ତି। ଯାହେଉ ସାନପୁଅ କୁ ପଡୋଶୀ ଘରେ ଛାଡିଦେଇଥିବାରୁ ତାକୁ ତାର ମା ବେକ କାଟିବା ପାଇଁ ସୁଯୋଗ ପାଇନାହିଁ ଭଗବାନଙ୍କ ଦୟାରୁ ତାର ଜୀବନ ବଞ୍ଚିଯାଇଛି, ଆମେ ଆଜି ସକାଳେ ହସପିଟାଲକୁ ଯାଇ କାହିଁକି ଗାଙ୍ଗି ନିଜ ପୁଲାମାନଙ୍କୁ ହତ୍ୟାକରିବାକୁ ଉଦ୍ୟମ କରିଥେଲ ବୋଲି ପଚାରିବାରୁ ଦେବା କହିଥିଲେ ଗାଙ୍ଗି ଆଗରୁ ମଦ ପିଅନ୍ତି ହେଲେ ଏପରି କାଣ୍ଡକେବେ ଘଟାଇ ନାହାଁନ୍ତି, ଗତକାଲି ସେ ମଦ ପିଇଥିଲେ ମୁଁ ଘରୋ ନଥିବାରୁ ତାଙ୍କୁ ଡୁମା(ଭୂତ)ଗ୍ରାସୀ ଦେଇଥିବାରୁ ସେ କିଛି ଜାଣିପାରିଲେ ନାହିଁ ନିଜ ପିଲାମାନଙ୍କ ଗଳାକାଟିଦେଇ ନିଜେ ଆତ୍ମହତ୍ୟା କରିବାପାଇଁ ଉଦ୍ୟମ କରିଥିଲେ। ଯା’ ହେଉ ଗ୍ରାମବାସୀଙ୍କ ଦୟାରୁ ୪ ଜଣଙ୍କ ଜୀବନ ବଞ୍ଚିଯାଇଛି ବୋଲି କହି ଦେବା କବାସୀ ଗ୍ରାମବାସୀ ଓ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି।