ବାଲିଗୁଡା, ୨୮/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କେନ୍ଦ୍ର ସରକାର ଆଣିଥିବା ମୋଟର ଯାନ ନିୟମ କୁ ରାଜ୍ୟ ସରକାର ଡିସେମ୍ବର ମାସ ପହିଲାରୁ ପୁଣି କଡାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା କୁ କିଭଳି ସଚେତନତା ମାଧ୍ୟମ ରେ ପାଳନ କରାଯିବ, ସେ ନେଇ ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ଉପସ୍ଥିତରେ ଟାଉନର ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନତା କରୁଥିବା ବେଳେ ସନ୍ଧ୍ୟା ରେ ଟାଉନର ଗାନ୍ଧୀ ଛକ ଠାରେ ଦୁଇ ଚକିଆ ଯାନ ସହ ସମସ୍ତ ଗାଡି ଚାଳକ ମାନଙ୍କର ଆଲକହଲ ଟେଷ୍ଟ କରାଯାଉଥିବା ସମୟରେ ଦୁଇ ଅଟୋ ଚାଳକ ବାଲିଗୁଡା ନିକଟସ୍ଥ ମିଡ଼ିଆକିଆ ଗ୍ରାମର ମନେଶ୍ଵର ଦିଗାଲ ଓ ସୁଡୁରା ଗ୍ରାମର ଗିରିଧାରୀ ନାହାକ ମଦ୍ୟ ପାନ କରି ଅଟୋ ଚଳାଉଥିବାରୁ ଦୁଇ ଜଣଙ୍କୁ ଗିରଫ କରି ଜେଲ ହାଜ଼ାତକୁ ପଠାଯାଇଥିବା ବେଳେ ଦୁଇ ଅଟୋକୁ ଜବତ କରି କେଶ ନଂ.୫୮/୧୯ ଓ ୫୯/୧୯ପ୍ରକାରେ ଦୁଇଟି ପୃଥକପୃଥକ ମାମଲା ରୁଜୁ କରାଯାଇଥିବା ବିଷୟ ଥାନା ସୂତ୍ରରୁ ଜଣାପଡିଛି।ଏହି ଭଳି କାର୍ଯ୍ୟକ୍ରମ ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗବାଡି, ବ୍ରlହ୍ମଣିଗାଁ ଓ କ.ନୂଆଗାଁ ଥାନା ଅଞ୍ଚଳ ରେ ମଧ୍ୟ ଗାଡି ଚାଳକ ମାନଙ୍କ ଆଲକହଲ ଟେଷ୍ଟ କରିବା ସହ ହେଲମେଟ ଓ ଗାଡି ର କାଗଜ ପତ୍ର ଠିକ ରଖିବା ପାଇଁ ସଚେତନତା କରାଯାଉଥିବା ବିଷୟ ଏସଡ଼ିପିଓ ମାନସ ରଞ୍ଜନ ବାରିକ ପ୍ରକାଶ କରିଛନ୍ତି।