Odiapua.com

ମଦ୍ୟପାନ କରି ଇଭିଏମ ବିତରଣ କେନ୍ଦ୍ରକୁ ଆସିଥିବା ଶିକ୍ଷକ ଚାକିରିରୁ ନିଲମ୍ବିତ

ମାଲକାନଗିରି, ୨୩/୩ (ଓଡ଼ିଆ ପୁଅ) ପୌରନିର୍ବାଚନ ପାଇଁ ପୁଲିଙ୍ଗ ପାର୍ଟିଙ୍କୁ ଇଭିଏମ ବିତରଣ କରାଯାଉଥିବା ବେଳେ ସେଠାରେ ଜଣେ ଶିକ୍ଷକ ମଦ୍ୟପାନ କରି ପାଟିତୁଣ୍ଡ କରୁଥିବାରୁ ତାଙ୍କୁ ଆଜି ଚାକିରିରୁ ନିଲମ୍ବିତ କରା ଯାଇଛି। ମାଲକାନଗିରି ପୌରନିର୍ବାଚନ ପାଇଁ ଆଜି ଦଣ୍ଡକାରଣ୍ୟ ପଡିଆଠାରେ ବିଭିନ୍ନ ବୁଥକୁ ଇଭିଏମ ମେସିନ ସହିତ ପୁଲିଙ୍ଗ ପାର୍ଟିଙ୍କୁ ପଠାଯାଉଥିଲା, ଗମ୍ଫାକୁଣ୍ଡା ମଙ୍ଗଳବିଭାଗର ହାଇସ୍କୁଲର ଶିକ୍ଷକ କେଶବ ଚନ୍ଦ୍ର ମାଡକାମୀଙ୍କର ନିର୍ବାଚନ ଡ୍ୟୁଟି ପଡ଼ିଥିଲା, ସେ ପୁଲିଙ୍ଗ ଅଫିସର ଥିବାରୁ ତାଙ୍କ ନାମ ବାରମ୍ବାର ଡକା ଯିବା ସ୍ୱତେ ସେ ବିଳମ୍ବରେ ସେଠାରେ ମଦ୍ୟପାନ କରି ପହଁଛିଥିଲେ। ବିଳମ୍ବ କାହିଁକି ହେଲା ବୋଲି ସେଠାରେ ଥିବା ଅଧିକାରୀମାନେ ପଚାରିବାରୁ ଶ୍ରୀ ମାଡକାମୀ ସେମାନଙ୍କୁ ଗାଳିଦେଇ ଥିଲେ। ମୋର ଚାକିରୀ ଦରକାର ନାହିଁ କହି ସେ ସ୍ଥାନ ଛାଡି ପଳାଇଥିଲେ। ଏହି ଘଟଣାର ଜିଲ୍ଲାମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ସନ୍ଧ୍ୟାରେ ଶିକ୍ଷକ କେଶବଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବାର ଜିଲ୍ଲାମଙ୍ଗଳ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।