Odiapua.com

ମଦ୍ୟପାନକରି ଗାଡି ଚଳାଉଥିବା ଅଭିଯୋଗରେ ୬ଜଣଙ୍କ ଠାରୁ ୬୦ହଜାର ଜରିମାନା ଆଦାୟ

କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ମଦ୍ୟପାନ କରି ବାଇକ ଓ କାର ଚଳାଉଥିବା ଅଭିଯୋଗରେ ୬ଜଣଙ୍କ ଠାରୁ ଟାଉନ ଥାନା ପୋଲିସ ୬୦ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି। ଗତ ବୁଧବାର ରାତି ପ୍ରାୟ ୧୨ଟା ୩୦ମିନିଟ ସମୟରେ ପୁରୁଣା ବସଷ୍ଟାଣ୍ଡରେ ଟାଉନ ଥାନା ପକ୍ଷରୁ ବ୍ରେଥ ଆନାଲାଇଜର ମାଧ୍ୟମରେ ଚେକିଂ କରାଯାଉଥିବା ବେଳେ ସେହିରାସ୍ତା ଦେଇ ମଦ୍ୟପାନ କରି ବାଇକ ଓ କାର ଯୋଗେ ଯାଉଥିବା ଲୋକନାଥ ସାହୁ, ସେକ ସରିଫ, ମିହିର କର, ରବି ମଲ୍ଲିକ, ସେକ ଖତିଫ ପ୍ରଭୃତି ୬ଜଣଙ୍କ ଠାରୁ ୬୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ଠାରୁ ସୂଚନା ମିଳିଛି। ଏହି ଚେକିଂ ସମୟରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଟାଉନ ଥାନା ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।