Odiapua.com

ମଦ୍ରାସା ଫୈଯାନେ ଗରୀବ ନୱାଯ୍ ଠାରେ “କୁଇଜ ଓ ବକ୍ତୃତା ପ୍ରତିଯୋଗିତା” ପାଳିତ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଅନ୍ତର୍ଗତ କଂଟାବଣିଆ ଗ୍ରାମ ସ୍ଥିତ ମଦ୍ରାସା ଫୈଯାନେ ଗରୀବ ନୱାଯ ଆନୁକୂଲ୍ୟରେ ଗତକାଲି କୁଇଜ ପ୍ରତିଯୋଗିତା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ମଦ୍ରାସା ସଂପାଦକ ସାହିଦ ରଫିକ ଙ୍କ ସଭାପତିତ୍ୱରେ ଏହି କୁଇଜ ପ୍ରତିଯୋଗିତା ଗୋଲାମ ୟାସିନ୍ ସାହେବଙ୍କ କୋରାନ ପାଠରୁ ଆରମ୍ଭ ହୋଇଥିଲା। କବୀ ଅଲୀ ହୋସେନ ନାତ୍ ଶରୀଫ୍ ପଢ଼ି ସମସ୍ତଙ୍କ ମନମୁଗ୍ଧ କରିଥିଲେ।ଏହି ମଦ୍ରାସାରେ ଭଦ୍ରକର ବିଭିନ୍ନ ସରକାରୀ ଓ ବେସରକାରୀ ଇଂରାଜୀ ଓ ଓଡ଼ିଆ ମିଡିୟମ ସ୍କୁଲରେ ପଢ଼ୁଥିବା ପ୍ରାୟ ୧୯୦ ଜଣ ମୁସଲମାନ ଛାତ୍ରଛାତ୍ରୀ ମାଗଣାରେ କୁରଆନ୍ ପାଠ ଅଧ୍ୟୟନ କରୁଛନ୍ତି। ଉକ୍ତ କୁଇଜ ପ୍ରତିଯୋଗିତା ପାଇଁ ସବ-ଜୁନିଅର, ଜୁନିୟର, ଓ ସିନିୟର ଏହିପରି ତିନୋଟି ଗୃପ କରାଯାଇଥିଲା। ସବ-ଜୁନିୟର ଗୃପରେ ଉମ୍ମୁଲ ଖୈର ଫାତମା ପ୍ରଥମ ସ୍ଥାନ, ମହମ୍ମଦ ସେଖ ମହସିନ ରଯା ଅତାରି ଦ୍ୱିତୀୟ ସ୍ଥାନ, ସେଖ ନୁର ମହମ୍ମଦ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଜୁନିୟର ଗୃପ କୁଇଜ ପ୍ରତିଯୋଗିତାରେ ସେଖ ଆଲମିନ ପ୍ରଥମ ସ୍ଥାନ, ଆରିଜ ଅହେମଦ ଦ୍ୱିତୀୟ ସ୍ଥାନ ଏବଂ ସେଖ ଅସଦ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସିନିୟର ଗୃପ କୁଇଜ ପ୍ରତିଯୋଗିତାରେ ମହମ୍ମଦ ଅନସ ରଯା ପ୍ରଥମ ସ୍ଥାନ, ସେଖ ସାଦ ରଯା ଦ୍ୱିତୀୟ ସ୍ଥାନ ଏବଂ ସେଖ ଇସମାଇଲ ମହମ୍ମଦ ତୃତୀୟ ସ୍ଥାନ ଅଧିକାରୀ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ ୫୦ ଜଣ ପ୍ରତିଯୋଗି ଭାଗ ନେଇଥିଲେ। ସମସ୍ତ ପ୍ରତିଯୋଗୀମାନଙ୍କୁ ସିଲ୍ କପ୍ ଦିଆଯିବା ସହିତ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାରୀ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ସରକାରୀ ଶିକ୍ଷକ ତଥା ସି.ଆର.ସି.ସି. ହାଜୀ ତବରେଜ ଖାନ, ଭଦ୍ରକ ମୁସଲିମ ଜମାତ ସମ୍ପାଦକ ହାଜୀ ଅବଦୁଲ୍ ମୁକିତ୍ ଖାନ, ହାଜୀ କୟୁମ ଅଲୀ ଶାହା, ,ମଦ୍ରାସା ଶିକ୍ଷକ ଶ୍ରୀଯୁକ୍ତ କାରୀ ୱଲିଉର ରହେମାନ, କାରୀ ଏଜାଜ ଅହେମଦ ଓ ମଦ୍ରାସା ସଭାପତି ସେଖ ଗୋଲାମ ମହମ୍ମଦଙ୍କ ଦ୍ୱାରା ଉପହାରମାନ ଦିଆଯାଇଥିଲା। ଏହି ପ୍ରତିଯୋଗିତାରେ ସଂଚାଳକ ଭାବେ ସହବାଜ କାଦରୀ ଓ ସାବିର ଖାନ ଦାୟିତ୍ୱ ତୁଲାଇଥିଲେ। ଏହି ପ୍ରତିଯୋଗିତାରେ ସମସ୍ତ ଛାତ୍ରଛାତ୍ରୀଙ୍କ ପିତାମାତା, ଅଭିଭାବକ ଓ ଅନ୍ୟ ଶ୍ରୋତାମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ପ୍ରତିଯୋଗିତାରେ ମହମ୍ମଦ ଅବଦୁର ରହିମ, ସେଖ ଆସିକ, ସେଖ ଅବଦୁଲ ବାରି, ଇସତିଆକ୍ ଖାନ, ସାହାଜାନ ଖାନ୍‌, ସେଖ ସଲାଉଦ୍ଦିନ, ସେଖ ଅହେସାନ ଓ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ।