Odiapua.com

ମଦରସା ଜାମିଆ ସାଦିକିଆର ବାର୍ଷିକ ଉତ୍ସବ, ଜସନେ ଦସ୍ତାରବନ୍ଦୀ ଉତ୍ସବ

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆରଏମସି ରୋଡ ସ୍ଥିତ ଗୌସିଆ ନଗର ଠାରେ ମଦରସା ଜାମିଆ ସାଦିକିଆ ହବିବିୟା ର ତୃତୀୟ ବାର୍ଷିକ ଉତ୍ସବରେ “ଜସନେ ଦସ୍ତାରବନ୍ଦୀ ଉତ୍ସବ” ପାଳନ ହୋଇଯାଇଛି । ଏହି ଦସ୍ତାରବନ୍ଦୀରେ ଉକ୍ତ ମଦରସାର ଛାତ୍ର ହାଫିଜେ-କୁରାନ ରୁ ଉଦ୍ଭିର୍ଣ୍ଣ ହୋଇଥିବା ସୋର ସ୍ଥିତ ପଠାନ ମହଲ୍ଲା ନିବାସୀ ହାଫିଜ଼ ଜାଫର ଖାନ ଙ୍କୁ ସାର୍ଟିଫିକେଟ ସହ ମୁଣ୍ଡରେ ପଗଡି ବାନ୍ଦିଥିଲେ ଏବଂ ଉତରୀୟ ସହ ପୁଷ୍ପତୋଡ଼ା ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ରାତ୍ରି ୮ ଘଟିକା ସମୟରେ ଲଙ୍ଗର (ପ୍ରସାଦ) ବଂଟନ କରାଯାଇଥିଲା ଏବଂ ରାତ୍ରି ୯ ଘଟିକା ସମୟରେ ଏକ ଧର୍ମସଭା ର ଆୟୋଜନ କରାଯାଇଥିଲା ଓ ଏହି ଧର୍ମସଭା ରେ କମିଟିର ସମ୍ପାଦକ ମୌଲାନା ମହମ୍ମଦ ଗୋଲାମ ସାଦିକ ହବିବି ଙ୍କ ସଭାପତିତ୍ୱ ରେ ଓ ହାଫିଜ଼ ଓ କାରୀ ବୋଗଦାଦ ହୋସେନ ସଂଚାଳକ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ଧର୍ମସଭା ରେ ବରେଲି ରୁ ମୌଲାନା କାରୀ ଜିକରୁଲ୍ଲା ସାହେବ , ଜଳେଶ୍ୱର ରୁ ମୁଫତି ଇସ୍ରାଫିଲ ରଜ଼ା ଆଲିମି , କବି ମୈକସ ଜିଆଲ (କଲିକତା), କବି ଜମାଲୀ ସାହେବ (ଝାଡ଼ଖଣ୍ଡ ), କବି ସହେଜାଦ ଆଲାମ (ସମ୍ବଲପୁର) ପ୍ରମୁଖ ଯୋଗଦାନ କରି ଇସଲାମ ଧର୍ମର ନୀତିବାଣୀ ଓ ମଦରସା ରେ ପଢ଼ୁଥିବା ଛାତ୍ର ଉପରେ ଆଲୋକପାତ କରିଥିଲେ । ଏହି ଦସ୍ତାରବନ୍ଦୀ ଉତ୍ସବ କୁ ମୁଲ୍ଲା ମହମ୍ମଦ ଶହେବାଜ , ଆଲେ ରସୁଲ, ବସିର ଅହେମଦ , ମହମ୍ମଦ ଅଝର, ଅବଦୁଲ ଦୟାନ , ଶେଖ ସଫିକ , ଶିରାଜ ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଧର୍ମସଭା ରେ ପୁରୁଷ ଓ ମହିଳା ମାନେ ଉପସ୍ଥିତ ରହିଥିଲେ ଏବଂ ଏହି ଧର୍ମସଭା ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଚାଲୁ ରହିଥିଲା।