ବାଲେଶ୍ୱର, ୧୮-୬ (ଓଡ଼ିଆ ପୁଅ/ଅଭୟ ଦାସ) ଚିନ୍ମୟମିଶନ ତରଫରୁ ସଦର ବିଧାୟକ ମଦନମୋହନ ଦତ୍ତଙ୍କ ବିୟୋଗରେ ଏକ ଶୋକସଭା ଆଜି ଅନୁଷ୍ଠିତ ହୋଇଯାଇଛି। ମିଶନର ଉପସଭାପତି ହରିଶ୍ଚନ୍ଦ୍ର ସାହୁ ଏଥିରେ ସଭାପତିତ୍ୱ କରିଥିଲେ। ମିଶନର ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ଏକ ଶୋକ ପ୍ରସ୍ତାବ ଆଗତ କରିବାପରେ ତାଙ୍କର ଆତ୍ମାର ସଦଗତି ପାଇଁ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସ୍ୱର୍ଗତଃ ଦତ୍ତ ମିଶନର ସଭ୍ୟ ଥିଲେ ଏବଂ ମିଶନ ପ୍ରତି ତାଙ୍କର ଆନ୍ତରିକତା, ଶ୍ରଦ୍ଧା ତଥା ମିଶନ କାର୍ଯ୍ୟକୁ ଆଗେଇ ନେବାରେ ସବୁବେଳେ ଚେଷ୍ଟିତ ଥିଲେ ବୋଲି ସମ୍ପାଦକ ଶ୍ରୀ ତ୍ରିପାଠୀ କହିଥିଲେ। ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ତି ଚୈତନ୍ୟ ତାଙ୍କ ଉଦ୍ଦେଶ୍ୟରେ ପାଞ୍ଚଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥିଲେ। ଅନ୍ୟତମ ଉପସଭାପତି ରଜନୀକାନ୍ତ ବେହେରା, କୋଷାଧ୍ୟକ୍ଷ ଗଙ୍ଗାଧର ପୃଷ୍ଟି, ରଶ୍ମିରେଖା ସାହୁ, ଅଞ୍ଜନା ଦାସ, ଭାସ୍ୱତୀ ଶତପଥୀ, ଅନୁସ୍ୱୟା ମାସନ୍ତ, ନିର୍ମଳ କୁମାର ସାହୁ, ରାଜକିଶୋର ଆଚାର୍ଯ୍ୟ, ସଞ୍ଜିବ କୁମାର ରାଉତ, ନିର୍ମଳା ଆଚାର୍ଯ୍ୟ, ରାନୀ ପାତ୍ର, ଶୁଭମ କୁମାର ସାହୁ ପ୍ରମୁଖ ଯୋଗଦେଇ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ରାମଧ୍ୱନି ଓ ଭଜନ ଦ୍ୱାରା ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଗଭୀର ଦୁଃଖକୁ ସହିବାର ଶକ୍ତି ଦେବାକୁ ଭଗବାନଙ୍କ ନିକଟରେ ମିଶନ ତରଫରୁ ଶେଷରେ ପ୍ରାର୍ଥନା ଓ ଆଳତି କରାଯିବାପରେ ଶ୍ରଦ୍ଧାଞ୍ଜଳି ସଭା ସମାପ୍ତ କରାଯାଇଥିଲା।