Odiapua.com

ମଥାରେ ବନ୍ଧୁକ ଲଗାଇ ସୁନା ଗହଣା ସହ ଟଙ୍କା ଲୁଟି ନେଲେ ଡକାୟତ

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧିନ ଗୋପୀନାଥପୁର ପଂଚାୟତ ମାର୍କଣ୍ଡପୁର ଗ୍ରାମର ସୁବାସ ପଣ୍ଡାଙ୍କ ଘରେ ଡକାୟତି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।ବିଳମ୍ବିତ ରାତ୍ରରେ ଏହି ଘଟଣା ଘଟିଥିବା ବେଳେ ଦୃର୍ବୁତ ମାନେ ପରିବାର ଲୋକଙ୍କୁ ମୁହଁରେ ପଟି ବାନ୍ଧି ବାହାର ପଟୁ କବାଟ କିଳୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ରାତ୍ରରେ ଥାନାକୁ ଖବର ଦିଆଯାଇଥିଲେ ମଧ୍ୟ ସକାଳ ୮ ଘଟିକା ପରେ ପୋଲିସ୍ ଘଟଣାର ସ୍ଥଳରେ ପହଂଚି ଥିଲା।ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।ପ୍ରକାଶ ଯେ, ଗତ କାଲି ରାତିରେ ସୁବାଷ ପଣ୍ଡା ଓ ପରିବାରର ସମସ୍ତ ସଦସ୍ୟ ଖାଇପିଇ ଶୋଇଥିଲେ। ରାତି ପ୍ରାୟ ୧ଟା ବେଳେ ବାଡିପଟ ରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା।ଶ୍ରୀ ପଣ୍ଡା କବାଟ ଖୋଲିବା କ୍ଷଣି ମୁହଁରେ କଳାପଟି ଲଗାଇ ଛକି ଥିବା ୩ଜଣ ଦୃର୍ବୁତ ଶ୍ରୀ ପଣ୍ଡାଙ୍କ ମଥାରେ ବନ୍ଧୁକ ଲଗାଇ କାବୁ କରି ନେଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଶୋଇଲା ଘରକୁ ପଶି ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ୨ ଗୋଟି ମୋବାଇଲକୁ ଛଡ଼ାଇ ନେଇଥିଲେ।ମାଲ କେଉଁଠି ରଖିଛ ପଚାରିବା ସହ ଷ୍ଟିଲ ଆଲମିରା ଭାଙ୍ଗି ପ୍ରାୟ ୬୦ ଗ୍ରାମରୁ ଉର୍ଦ୍ଧ ସୁନାଗହଣା ଏବଂ ନଗଦ ୧୫ ହଜାର ଟଙ୍କା ଲୁଟିନେଇ ଥିଲେ। ଯିବା ବେଳେ ଉଭୟଙ୍କ ପାଟିରେ ଟେପ୍ ମାରି ଦୁଇ ହାତକୁ ବାନ୍ଧି ଦେଇ ହିନ୍ଦି ଓ ଖଣ୍ଡି ଓଡ଼ିଆରେ ପାଟି ଫିଟାଇ ଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।ଯିବାବେଳେ ଦୃର୍ବୁତ ମାନେ ତାମିଲ କତୁରି ଛାଡ଼ି ଯାଇଛନ୍ତି ।ପରେ ବହୁ ଚେଷ୍ଟା କରି ମୁହଁରୁ ପଟି ଖୋଲି ଉଭୟ ସ୍ୱାମୀ ସ୍ତ୍ରୀ ପଡ଼ିଶା ଲୋକଙ୍କୁ ଡାକ ପକାଇବା ପରେ ଡକାୟତ ମାନଙ୍କୁ ଖୋଜାଖୋଜି କରି କୌଣସି ସନ୍ଧାନ ପାଇ ନ ଥିଲେ।ଖବରପାଇ ବିଜେପି ନେତା ଡଃ ସୁଧାଂଶୁ ଶେଖର ନାୟକ ଘଟଣା ସ୍ଥଳରେ ପହଚିଂ ଧାମନଗର ଏସଡିପିଓ ଙ୍କୁ ଘଟଣା ନେଇ ସମସ୍ତ ଜଣାଇ ଥିଲେ।ଅନ୍ୟପକ୍ଷରେ ଶ୍ରୀ ପଣ୍ଡା ଆଗରପଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀଙ୍କ ଉପସ୍ଥିତିରେ ସନ୍ଧାନୀ କୁକୁର ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।ଏହି ଘଟଣା ପରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।