Odiapua.com

ମତ୍ସ୍ୟଜୀବିଙ୍କ ଉପରେ କରୋନାର ମାଡ

ପୁରୀ, ୨୪/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀସହର ମଧ୍ୟରେ ଥିବା ପେଣ୍ଠକଟା ବସ୍ତି ଅଂଚଳରେ ପ୍ରାୟ ୪ହଜାର ଉର୍ଦ୍ଧ୍ୱ ମତ୍ସ୍ୟଜୀବି ପରିବାର ମାଛମାରି ପରିବାର ପୋଷଣ କରୁଥିବା ଜଣାଯାଏ। କିନ୍ତୁ କରୋନା ସମୟରେ ଡଙ୍ଗାଗୁଡିକ ସମୁଦ୍ର ଭିତରକୁ ଯାଉନଥିବାରୁ ମତ୍ସ୍ୟଜୀବିମାନେ ଆର୍ଥିକ ସଂଙ୍କଟରେ ଦିନ ବିତାଉଛନ୍ତି। ଦୀର୍ଘ ମାସରୁ ଊ୍‌ର୍ଧ ଧରି ସେମାନେ ମାଛ ମାରିବା ପାଇଁ ଯାଇନଥିବା ଯୋଗୁଁ ଘୋର ଆର୍ଥିକ ଅଭାବର ସମ୍ମୁଖୀନ ହୋଇଛନ୍ତି। ଏ ପରିକି ସେମାନଙ୍କ ନିକଟରେ କୌଣସି ସରକାରୀ ସାହାର୍ଯ୍ୟ ପହଂଚିନଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଅପର ପକ୍ଷରେ ସେମାନେ ଓଡିଆ ଭାଷା ବୁଝୁନଥିବା ଯୋଗୁଁ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଦେଇ ପାରିନଥିଲେ। ଡଙ୍ଗାଗୁଡିକ ଧାଡି ଧାଡି ହୋଇ ସମୁଦ୍ର କୂଳରେ ରହିଥିବା ଦେଖାଯାଇଥିଲା। ନିଜର ସମୟ କଟାଇବା ନିମନ୍ତେ ଖୋଲା ଯାଗାରେ ବସି ତାସ ଖେଳୁଥିବା ମଧ୍ୟ ଦେଖାଯାଇଥିଲା। ଏହି ଖେଳିବା ସମୟରେ ସେମାନେ ମାକ୍ସ ବ୍ୟବହାର ନକରିବା ଓ ସାମାଜିକ ଦୂରତା ନରଖିବା ମଧ୍ୟ ଦୃଷ୍ଟିକୁ ଆସିଥିଲା। ଏ ସଂପର୍କରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।