Odiapua.com

ମତ୍ସ୍ୟଜିବୀଙ୍କ ଜିବୀକା ବିପନ୍ନରେ, ସରକାରୀ ସହାୟତା ବନାମ ବାସ୍ତବତା

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମତ୍ସ୍ୟଜିବୀଙ୍କୁ ଜିବୀକା ମନା , ଗୋଟିଏ ପଟରେ ଅଲିଭ ରିଡଲେ କଇଁଛ ମାନଙ୍କ ପାଇଁ କଟକଣା ଅନ୍ୟ ପକ୍ଷରେ ସମୁଦ୍ରରେ ମାଛ ମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା। କଇଁଛ ମାନଙ୍କ ପାଇଁ ସମୁଦ୍ର ସଂପୂର୍ଣ ବାରଣ କରାଯାଇଥିବା ବେଳେ ମତ୍ସ୍ୟଜିବୀ ମାନେ କଣ କରିବେ ବସି ଭାବୁଥିବା ବେଳେ ସରକାରଙ୍କ ଦୁଇ ଦୁଇଟି କଟକଣା କାହାକୁ ମାନିବେ ଏବଂ କାହାକୁ ଅମାନ୍ୟ କରିବେ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି। ଏପରି ସ୍ଥଳରେ ସରକାର ମତ୍ସ୍ୟଜିବୀ ମାନଙ୍କ ପାଇଁ ସରକାରୀ ସହାୟତା ଦେବାକୁ ଘୋଷଣା । କରିଥିବା ବେଳେ ସହାୟତା ରାଶି କାହାକୁ ଦେବେ କାହାକୁ ଏଥିରୁ ବାଦ ପକାଇବେ ? ସରକାରୀ ତଥ୍ୟ ଅନୁଯାଇ ଚାନ୍ଦବାଲି ବ୍ଲକରେ ୫୦୨ଟି ଟ୍ରଲର, ଭୁଟୁଭୁଟି ଏବଂ ଟୁ ଇନ ଓାନ ଘରୋଇ ମାଛ ମରା ଯାନ୍ତ୍ରିକ ବୋଟ ଉପଲବ୍ଧ। ଏହି ତଥ୍ୟାନୁଯାଇ ଗୋଟିଏ ଗୋଟିଏ ମାଛ ଧରା ଟ୍ରଲରରେ ୧୨-୧୫ଜଣ ମତ୍ସ୍ୟଜିବୀ ନିଜର ଜିବୀକା ନିର୍ବାହ କରୁଥିବା ବେଳେ ଚାନ୍ଦବାଲି ବ୍ଲକରେ ୭ହଜାରରୁ ଅଧିକ ମତ୍ସ୍ୟଜିବୀଙ୍କ ପରିବାର ଏହି ବୋଟ ମାଲିକଙ୍କ ଉପରେ ନିର୍ଭରଶୀଳ। ସରକାରୀ ଏହି ମତ୍ସ୍ୟଜିବୀ ମାନେ ବର୍ଷର ଜୁନ -୧୫ରୁ ଏପ୍ରିଲ ମାସ ପଯ୍ୟନ୍ତ ଏହି ମତ୍ସ୍ୟଜିବୀ ସମୁଦ୍ର ମଧ୍ୟରେ ମାଛ ଧରି ଜିବୀକା ନିର୍ବାହ କରୁଛନ୍ତି ।ମାତ୍ର ପ୍ରକୃତ ତଥ୍ୟ ସଂପୂର୍ଣ ଓଲଟା ଅର୍ଥାର ଜୁନ- ୧୫ରୁ ନଭେମ୍ବର -୧୫ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ହେଉଥିବା ବେଳେ ନଭେମ୍ବର ମାସ ୧୫ ତାରିଖରୁ ଅଲିଭରିଡଲେ କଇଁଛ ମାନଙ୍କ ପାଇଁ ଏହି ମତ୍ସ୍ୟଜିବୀ ସମୁଦ୍ର ତଟ ଅଂଚଳରେ ମାଛ ଧରିବା ସଂପୂର୍ଣ ବେଆଇନ ବୋଲି ସରକାରଙ୍କ ଘୋଷଣା ଏବଂ ଏହି ଘୋଷଣା ଅନୁଯାଇ ଏପ୍ରିଲ ମାସ ୧୫ ତାରିଖରୁ ଛୋଟ ମାଛ ବଡ ହେବାକୁ ସମୟ ଏବଂ ମାଛ ମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ଚାଲୁ ରହୁଥିବାରୁ ମାଛ ଧରା ସଂପୂର୍ଣ ବେଆଇନ ।ମାଛ ଉତ୍ପାଦନ ଠିକ ଥିବା ବେଳେ ସରକାରୀ ସହାୟତା ସମସ୍ତ ମତ୍ସ୍ୟଜିବୀ ମାନଙ୍କ ପାଇଁ ଉପଲବଦ୍ଧ ହୋଇ ପାରୁ ନାହିଁ। ସରକାରୀ କଟକଣା ଅନୁଯାଇ ଯେଉଁ ମତ୍ସ୍ୟଜିବୀ ମାନେ ଭୁଟୁଭୁଟି ରେ ନିୟୋଜିତ ଥିବେ ସେମାନଙ୍କୁ ନୂତନ ଭୁଟୁଭୁଟି / ଯନ୍ତ ଚାଳିତ ଡଙ୍ଗା ନିର୍ମାଣ ପାଇଁ ମୋଟ ମୁଲ୍ୟର ୪୦-୬୦ଶତାଂଶ ପର୍ଯ୍ୟନ୍ତ ସରକାରୀ ସହାୟତା ଯୋଗାଇ ଦିଆଯାଉଛି। ସେହିପରି ସମୁଦ୍ର ମଧ୍ୟରେ ମାଛଧରା କଟକଣା ଘୋଷଣା ହେବା ପରେ ସରକାରୀ ସହାୟତା ରାଶି ବାବଦରେ ୧୫ହଜାର ଟଙ୍କା ଯୋଗାଇ ଦିଆଯାଉଛି । ସରକାରୀ ତଥ୍ୟ ଅନୁଯାଇ ୨୦୨୩-୨୪ରେ ୭୫୩ଜଣଙ୍କୁ, ୨୪-୨୫ଆର୍ଥିକ ବର୍ଷରେ ୧୦୦୦ମତ୍ସ୍ୟଜିବୀ,୨୦୨୫-୨୬ରେ ୧୩ଶହ ଜଣ ଙ୍କୁ ସରକାରଙ୍କ ଆଇନ ଅନୁଯାଇ ପ୍ରୋତ୍ସାହନ ରାଶି ୧୫ହଜାର ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷ(୨୦୨୬-୨୭) ରେ ଏହି ସଂଖ୍ୟା ୧୫ଶହକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ମାତ୍ର ସରକାରଙ୍କ ପାଖରୁ ସଂପୂର୍ଣ ତଥ୍ୟ ଉପଲବଦ୍ଧ ହୋଇପାରି ନାହିଁ। ସରକାରୀ ଅଇନ ଅନୁଯାଇ କେବଳ ଭୁଟୁଭୁଟି ମାନଙ୍କରେ ମାଛ ମାରୁଥିବା ମତ୍ସ୍ୟଜିବୀ ମାନଙ୍କୁ ଏହି ସହାୟତା ରାଶି ପ୍ରଧାନ କରିବାର ନିୟମ ଥିବା ବେଳେ ଅନ୍ୟ ମତ୍ସ୍ୟଜିବୀ ମାନଙ୍କୁ ଏଥିରୁ ବାଦ ଦିଆ ଯାଇଛି। ସରକାରୀ ଆଇନ ଅନୁଯାଇ ଏହି ଅନୁଦାନ ରାଶି ପାଇବା ନିମନ୍ତେ ଜଣେ ଭାରତୀୟ ହେବା ସହ ସେହି ଜିଲ୍ଲା ର ବାସିନ୍ଦା ,ଆବାସିକ ପ୍ରମାଣ ପତ୍ର, ଆଧାର କାର୍ଡ ଏବଂ ବୟସ ସୀମା ୧୮-୭୦ ହୋଇଥିବା ଜରୁରୀ ବୋଲି ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ସୌମ୍ୟପ୍ରକାଶ ସେଠୀଙ୍କ ନିକଟରୁ ପ୍ରକାଶ।ଅନ୍ୟ ପକ୍ଷରେ ଚାନ୍ଦବାଲି ବ୍ଲକରେ ୨୫୭ଟି ଭୁଟୁଭୁଟି ପଞ୍ଜୀକରଣ ହୋଇଥିବା ବେଳେ ଏହି ଭୁଟୁଭୁଟି ମାନଙ୍କରେ ୬-୭ଜଣ ବ୍ୟକ୍ତି ନିଯୁକ୍ତି ପାଉଥିବା ବେଳେ ସମୁଦାୟ ୨ହଜାର ମତ୍ସ୍ୟଜିବୀ ଏହି ଅନୁଦାନ ପାଇବା ପାଇଁ ଯୋଗ୍ୟ ମାତ୍ର ସରକାରୀ କଟକଣା ଅନୁଯାଇ ୫ଶହରୁ ୬ଶହ ମତ୍ସ୍ୟଜିବୀ ଏହି ଆଇନ ପରିସର ଭୁକ୍ତ ହୋଇ ପାରୁ ନଥିବାରୁ ସେମାନେ ଏହି ସହାୟତା ରାଶି ପାଇବାରୁ ବଂଚିତ ହୋଇଯିବେ।କେଉଁ ପରିସ୍ଥିତିରେ ଭୁଟୁଭୁଟି ରେ କାର୍ଯ୍ୟରତ ମତ୍ସ୍ୟଜିବୀ ମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଥିବା ବେଳେ ଟ୍ରଲର ଏବଂ ଅନ୍ୟ ଯନ୍ତ୍ରଚାଳିତ ବୋଟରେ କାର୍ଯ୍ୟରତ ମତ୍ସ୍ୟଜିବୀଙ୍କ ଏହି ସରକାରୀ ତାଲିକାରୁ ବାଦ ପଟୁଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ତୁରନ୍ତ ସମସ୍ତ ମତ୍ସ୍ୟଜିବୀ ମାନଙ୍କ ଏହି ପଞିକରଣ କରିବା ସହ ଏକ କାଳିନ ୧୫ହଜାର ଟଙ୍କା ୨) ବୋଟରେ କାର୍ଯ୍ୟରତ ମତ୍ସ୍ୟଜିବୀ ମାନଙ୍କ ମୃତ୍ୟୁକାଳୀନ ସହାୟତା ୧୦ଲକ୍ଷରୁ ଅଧିକ ଦେବା, ୩)ସରକାର ପ୍ରଣୟନ କରିଥିବା ମତ୍ସ୍ୟକାର୍ଡକୁ କଡାକଡି ଭାବରେ କାର୍ଯ୍ୟକାରୀ କରିବା,୪) ମତ୍ସ୍ୟଜିବୀ ମାନଙ୍କୁ ଜୀବନ ବୀମା ଭୁକ୍ତ କରିବା, ୫)ମତ୍ସ୍ୟ ରପ୍ତାନୀକାରୀ ସଂସ୍ଥା ଉପରେ ଅଙ୍କୁଶ ଲଗାଇବା ୬) ସମସ୍ତ ମାଛ ଉପରେ ସର୍ବନିମ୍ନ ମୂଲ୍ୟ ଘୋଷଣା କରିବା,୭) ଧାମରା ମାଛଧରା ପୋତାଶ୍ରୟ ଠାରେ ରାଜ୍ୟ ସରକାର ସବସିଡଯୁକ୍ତ କୋଲ୍ଡ ଷ୍ଟୋର ପ୍ରତିଷ୍ଠାକରିବା ଜରୁରୀ ହୋଇ ପଡିଛି ବୋଲି ମତ୍ସ୍ୟଜିବୀ ଙ୍କ ପକ୍ଷରୁ ଦାବୀ ହୋଇଛି।ଏହା କାର୍ଯ୍ୟକାରୀ କରାଗଲେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଏବଂ ତିହିଡି ବ୍ଲକରେ ଥିବା ୭ହଜାର ମତ୍ସ୍ୟଜିବୀ ମାନଙ୍କ ପରିବାର ମୁହଁରେ ହସ ଖେଳିଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି।