ବାହାନଗା, ୧୮ା୮(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ଜିଲ୍ଲା ରେମୁଣା ବ୍ଲକ ତାଳପଦା ଗ୍ରାମର ଜଣେ ମତ୍ସଜୀବୀଭ୍କ ଜାଲରେ ଏକ ଯନ୍ତ୍ରଚାଳିତ ରକେଟ ଲାଗିଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଏହି ଗ୍ରାମର ରଘୁନାଥ ଦାସେ(୫୫) ନିଜର ଯନ୍ତ୍ର ଚାଳିତ ଡଙ୍ଗା ସହ ୭ଜଣ ସତ୍ସଜୀବୀଙ୍କୁ ନେଇ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରିବା ପାଇଁ ଜାଲ ବିଛାଇବା କିିଛି ସମୟ ପରେ ଆକାଶରେ ଏକ ପ୍ରଚଣ୍ଡ ଶବ୍ଦ କରି ନିଆଁ ପେଣ୍ଡୁଳା ହୋଇ ଖସି ପଡ଼ି ଜାଲରେ ଲାଗିଥିଲା। ମତ୍ସଜୀବୀ ମାନେ ଭୟଭୀତ ହୋଇ ଜାଲ ସହ ଡଭ୍ଗା ଓ ସେହି ରକେଟକୁ ଡଙ୍ଗା ସାହାଯ୍ୟରେ ଟାଣି କୁଳକୁ ନେଇ ଆସିଥିଲେ। ପରେ ତାକୁ ସେହି ମତ୍ସଜୀବୀଙ୍କ ସହାୟତାରେ ନିଜ ଘର ଅଗଣାରେ ରଖିଥିବାର ଦେଖା ଯାଇଛି। ତାକୁ ଦେଖିବାକୁ ସମୁଦ୍ରକୁଳ ସହ ଘରେ ବହୁ ଲୋକେ ଜମା ହୋଇଥିବାର ଦେଖା ଯାଇଥିଲା। କେଉଁଠାରୁ ଏହା ଆସିଛି କିମ୍ବା କିଏ ଛାଡ଼ିଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଗ୍ରାମରେ ପହଞ୍ଚିବା ପରେ ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରକୁ ଖବର ଦେଇଥିବାର ଜଣାପଡ଼ିଛି।