Odiapua.com

ମତ୍ସଜୀବୀଙ୍କ ଜାଲରେ ବଡ଼ ମାଛ

ବାହାନଗା,୪ା୩(ଭାରତୀ ଦାସ/ ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଜାମୁକା ମୁହାଣରୁ ଶ୍ରୀଜଙ୍ଗ ଅଞ୍ଚଳର କିଛି ମତ୍ସଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ତାଙ୍କ ଜାଳରେ ଏକ ଭିନ୍ନ ପ୍ରଜାତିର ମାଛ ଯାହାର ଓଜନ ୩ଶହ କେଜିରୁ ଉର୍ଦ୍ଦ ହେବ ବୋଲି ଅନୁ ମାନ କରାଯାଏ । ତାହା ଜାଲରେ ପଡ଼ିଥିଲା । ମତ୍ସଜୀବୀ ମାନେ ତାକୁ ଜାମୁକା ମୁହାଣ ଦେଇ କଣ୍ଟିଆ ଚିରାକୁ ନେଇ ଆସିଥିଲେ । ସେଠାରେ ବହୁ ଲୋକ ଦେଖିବାକୁ ରୁଣ୍ଡ ହୋଇ ଯିବାରୁ ମତ୍ସଜୀବୀ ମାନେ ତାକୁ ପୁଣି ସମୁଦ୍ରରେ ଛାଡ଼ି ଦେଇଥିବାର ଜଣାପଡ଼ିଛି । ;ତେବେ ତାହା କଣ ମାଛ ସେମାନେ ଚିହ୍ନି ପରି ନାହାନ୍ତି । ସାର୍କ ଜାତିର ମାଛ ବୋଲି ଆଲୋଚନା ହେଉଛି ।