Odiapua.com

ମତୋ ବଜାରରେ ଆଜିଠାରୁ ଜବର ଦଖଲ ଉଛେଦ ଆରମ୍ଭ

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ବଜାର ରେ ଦିର୍ଘଦିନ ହେବ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି ।ଉଠାଦୋକାନୀ ମାନେ ନିଜର ଦୋକାନ ଛାଡ଼ିବା ପରେ ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା କୁ ମଧ୍ୟ ଅବରୋଧ କରିବା ରେ ପଛାଉ ନାହାନ୍ତି । ବିଗତ ଦିନରେ ରାସ୍ତା କାର୍ଯ୍ୟ ବେଳେ ରାସ୍ତା ସମ୍ପ୍ରସାରଣ ହୋଇଥିଲେ ମଧ୍ୟ କିଛି ଅସାଧୁ ବ୍ୟବସାୟୀମାନେ ମୁଖ୍ୟ ରାସ୍ତା ର କିଛି ଅଂଶ କୁ ଟ୍ରେ,ପରିବା,ଚାଳି ଇତ୍ୟାଦି ବଢାଇ ଅବରୋଧ କରୁଥିବା ବେଳେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି ।ଅଳ୍ପ କିଛିଦିନ ତଳେ ମତୋ ବଜାର ଏତେ ଟ୍ରାଫିକ ସମସ୍ୟା ଥିଲା ଜେ ଆମ୍ବୁଲାନ୍ସ ୧୦୨ ଭିତରେ ପ୍ରସୁତି ମହିଳା ଜଣକ ପ୍ରସୁତି ଜନ୍ତ୍ରଣାରେ ଛଟ ପଟ ହେଉଥିଲେ ହେଲେ କେହି ଶୁଣିବାକୁ ନାରାଜ ଥିଲେ କେହି କାହାକୁ ବାଟ ଛାଡିବା ପାଇଁ ନାରଜ ଥିଲେ ।ଏହି ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଜିଲ୍ଲା ପ୍ରଶାସନ ର ତତ୍ପରତା ଦେଖିବାକୁ ମିଳିଛି । ଆସନ୍ତା ୧୮ ତାରିଖ ରେ ଜବର ଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଚାନ୍ଦବାଲି ତହସିଲଦାର ଭବେତୋଷ ମଲ୍ଲିକ ମତପ୍ରକାଶ କରିଛନ୍ତି ।ବିଗତ ଦିନରୁ ଉଛେଦ ହେବାର ଥିବା କାର୍ଯ୍ୟ କୁ ବର୍ତମାନ ର ଯୁବ ତହସିଲଦାର ଆକ୍ସନ ମୁଡ଼ରେ ବୋଲି ଚର୍ଚ୍ଚା ଚାଲିଛି । ଉଛେଦ ପ୍ରକ୍ରିୟା କଥା ଶୁଣିବା ପରେ ବୁଦ୍ଧିଜୀବୀ ମହଲରେ ଚାନ୍ଦବାଲି ତହସିଲଦାର ଙ୍କୁ ସାଧୁବାଦ ଜଣାଇଛନ୍ତି ।