Odiapua.com

ମତୋ ଫାଣ୍ଡିରେ ପୂର୍ବତନ ଫାଣ୍ଡି ଅଧିକାରୀ ବବୃବାହନ ନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶୋକସଭା

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ମତୋ ଫାଣ୍ଡି ପରିସରରେ ସୋମବାର ଦିନ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ମତୋ ଫାଣ୍ଡି ର ପୂର୍ବତନ ଫାଣ୍ଡି ଅଧିକାରୀ ତଥା ଏବେକାର ପୁରୁଣା ବଜାରର ଥାନା ର ଥାନା ଅଧିକାରୀ ବବୃବାହନ ନାୟକଙ୍କ ଅକାଳ ବିୟୋଗ ପାଇଁ ମତୋ ଫାଣ୍ଡି ପରିସରରେ ଶ୍ରୀ ନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶୋକସଭା ଅନୁଷ୍ଠିତ ହୋଇଥିଲା।ଶ୍ରୀ ନାୟକ ଏକ କାର୍ଯ୍ୟ ପାଇଁ କଟକ ଯାଇଥିଲେ ଫେରିବା ବାଟରେ ବାଇକ ଦୁର୍ଘଟଣା ହୋଇଥିଲା। ଏହା କୁ ନଜରରେ ରଖି ମତୋ ଅଞ୍ଚଳ ର ବୁଦ୍ଧିଜିବୀ ଙ୍କ ସମେତ ଚାନ୍ଦବାଲି ଥାନାର ଥାନା ଅଧିକାରୀ ପରେଶ ମହାନ୍ତି,ମତୋ ଫାଣ୍ଡି ର ଫାଣ୍ଡି ଅଧିକାରୀ ଛତିଶକୁମାର ଗୋଛି ଙ୍କ ସମେତ ମତୋ ଫାଣ୍ଡି ର ସମସ୍ତ କର୍ମଚାରୀ ଙ୍କ ସମେତ ମତୋ ଅଂଚଳର ବୁଦ୍ଧିଜିବୀ ଉମାକାନ୍ତ ସାମଲ,ପ୍ରଦୀପ ପଲାଇ,ବାନାମ୍ବର ନାୟକ, ଅଶୋକ ପଣ୍ଡା,ଦେବକାନ୍ତ ମହାନ୍ତି,ମୁରଲିଧର ମହାନ୍ତି, ରବିନାରାୟଣ ମହାନ୍ତି, ମୁକ୍ତିକାନ୍ତ ସେଠୀ, ରାଜେଶ ସ୍ୱାଇଁ, ପ୍ରବଣ ବଳ, ରତିକାନ୍ତ ନାୟକ, ସୁଦର୍ଶନ ନାୟକ, ନିଲୁ ନାୟକ,ରସ୍ମିକାନ୍ତ ପଣ୍ଡା, ରମେଶ ପାଣିଗ୍ରାହୀ ଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ମାନେ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ।