Odiapua.com

ମତୋ ଫାଣ୍ଡିରେ ପୁଲିସ୍ ସହୀଦ ଦିବସ ପାଳିତ

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ମତୋ ଫାଣ୍ଡି ଠାରେ ୰ ରାଜୀବ ଲୋଚନ ବେହେରାଙ୍କ ସହୀଦ ଦିବସ ପାଳିତ ହୋଇଛି । ଏଠାରେ ସୂଚନାଯୋଗ୍ୟ ୨୦୦୭ ମସିହା ମାର୍ଚ୍ଚ ୨୪ ତାରିଖ ଦିନ ଶତୃଙ୍କ ସହ ସମ୍ମୁଖ ରଣରେ ରାଜୀବଲୋଚନ ସହୀଦ ହୋଇଥିଲେ । ଆଜିର ଏହି ଦିବସରେ ଚାନ୍ଦବାଲି ଏସ୍‌ଡିପିଓ ଉମାଶଙ୍କର ମହାରଣା, ଚାନ୍ଦବାଲି ଆଇଆଇସି ପ୍ରଜ୍ଞା ମହାନ୍ତି ଓ ମତୋ ଫାଣ୍ଡି ଅଧିକାରୀ ବୁଧିରାମ ମହାନ୍ତି, ହାବିଲଦାର ପ୍ରମୋଦ ଦାଶଡ ଓ ମତୋ ଫାଣ୍ଡିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏଥିରେ ସ୍ଥାନୀୟ ମତୋ ଯୁକ୍ତ ୩ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୂତିଭୂଷଣ ଜୟଦେବ ବିଶ୍ୱାଳ, ମତୋ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ କମଳାକାନ୍ତ ମହାନ୍ତି, ମତୋ ପଂଚାୟତର ପୂର୍ବତନ ସରପଞ୍ଚ ଅଭୟ ସାହୁ, ରାଜେଶ ସ୍ୱାଇଁ, ବାନାମ୍ବର ନାୟକ, ପୟୋଧର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରମେଶ ଚନ୍ଦ୍ର ସାମଲ, ନିରଂଜନ ବେହେରା ସ୍ୱର୍ଗତଃ ରାଜୀବ ଲୋଚନ ବେହେରାଙ୍କ ବଡଭାଇ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତ୍ୟେକ ବର୍ଷ ମତୋ ଉଚ୍ଚ ବିଦ୍ୟାଳୟ ପିଲାମାନଙ୍କ ଦ୍ୱାରା ରାଜୀବଙ୍କ ଉଦ୍ଦେଶ୍ୟରେ ଏହି ସହୀଦ ଦିବସ ପାଳନ କରାଯାଏ । କିନ୍ତୁ ଚଳିତବର୍ଷ କରୋନା ମହାମାରୀକୁ ନଜରରେ ରଖି ମତୋ ଫାଣ୍ଡିରେ ଏହି ଦିବସ ପାଳନ କରାଯାଇଛି ।