ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଞ୍ଚଳା ଦେବୀ ଫାଉଣ୍ଡେସନ ପ୍ରତାପପୁର ଓ ଓଡିଶା ସାହିତ୍ଯ ଏକାଡେମୀ ସହଯୋଗରେ ସାରସ୍ୱତ ସମାରୋହ ଓ ସମ୍ୱର୍ଦ୍ଧନା ମତୋ କଲ୍ଯାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଫାଉଣ୍ଡେସନର ସମ୍ପାଦକ କବି ମନୋଜ ଭଳଙ୍କ ସଂଯୋଜନାରେ ‘ଆମ ବୋଉ’ ପତ୍ରିକା ଉନ୍ମୋଚିତ ହୋଇଛି। ଶିକ୍ଷାବିତ୍? ଜୟକୃଷ୍ଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମକୁ ଭଦ୍ରକ ଡେପୁଟି କଲେକ୍ଟର କାର୍ତିକ ଚନ୍ଦ୍ର ମଣ୍ଡଳ ଉଦଘାଟନ କରିଥିଲେ। ମୁଖ୍ଯ ଅତିଥି ଭାବେ ଚାନ୍ଦବାଲି ବି.ଡି.ଓ. ସଂଜୀବ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ମୃତିିକା ସଂରକ୍ଷଣ ଅଧିକାରୀ ତାରାପଦ ମହାନ୍ତି, ଅବସରପ୍ରାପ୍ତ ସିଡିଏମଓ ଡା. ଅନୀଲ ଦାଶ, ମୁଖ୍ଯବକ୍ତା ଭାବେ ସ୍ତମ୍ଭକାର ଓ ନାଟ୍ଯ ନିର୍ଦ୍ଦେଶକ ବିଜୟ ଦାଶ, ସମ୍ମାନୀତ ବକ୍ତା ଇଂ. ଅଭୟ ସୂତାର ପ୍ରମୁଖ ଯୋଗଦେଇ ସମାଜରେ ମାଆର ଭୂମିକା ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀଙ୍କୁ ସ୍ୱତନ୍ତ୍ର ସାରସତ୍ୱ ସମ୍ମାନ ପ୍ରଦାନ କରାଯାଇଛି। ଗାଳ୍ପିକ ପ୍ରଫୁଲ୍ଲ ବାରିକ୍?, ପ୍ରାବନ୍ଧିକ ଅଶୋକ କୁମାର ପଣ୍ଡା, କବି ଶ୍ରୀ ଗୋବିନ୍ଦ, ଶିଶୁ ସାହିତି୍ଯକ ସୁରୁଚିପ୍ରଭା ଦାଶ, ଶିକ୍ଷକ ପ୍ରଶାନ୍ତ ପାଣିଗ୍ରାହୀ, ସ୍ତମ୍ଭକାର ଅମିତାଭ ଖିଲାର, ସୃଜନ କଳାକାର ଶ୍ରୀରାମ, କଣ୍ଠଶିଳ୍ପୀ ଶୁକଦେବ ବାରିକ୍?, ବାଦ୍ୟକାର ରବି ନାରାୟଣ ବଳ ଓ ମଂଚକଳାକାର ଦୀପକ ଦାସଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ୱର୍ଦ୍ଧିତ କରାଯାଇଛି। ସମ୍ପାଦକ ମନୋଜ ଭଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଇଶ୍ଯାମ ଧନ୍ଯବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିପ୍ଳବ ରଞ୍ଜନ ପତି, ବିଭୂତି ଭୂଷଣ ଗ୍ରହାଚାର୍ଯ୍ଯ, ମଥୁରା ମୋହନ ବେହେରା, ବିଚିତ୍ରାନନ୍ଦ ଜେନା, ଅରୁଣ ପଣ୍ଡା, ମାନସ ପଣ୍ଡା, ସୁବାସ ମହାନ୍ତି, ବୈକୁଣ୍ଠନାଥ ଓଝା, ରାକେଶ ରଞ୍ଜନ ଭଳ, ଦେବବ୍ରତ ସାହୁ, ନିରୁପମା ପାଣି, ବିଭାସ ଶଙ୍କର ଦାସ, ଦୁର୍ଗା ଚରଣ ନାୟକ, ଦ୍ୱାରିକାନାଥ ଦାସ, ଗୌରହରି ଜେନା, ପ୍ରଦୀପ ନାୟକ, ଦୀପକ ଭଳ, ଅନୁକୂଳ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।