Odiapua.com

ମତଦାନ କେନ୍ଦ୍ରରେ ପିଇବା ପାଣି, ଗ୍ଲୁକୋଜ, ଛାଇର ବ୍ୟବସ୍ଥା କରିବାକୁ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କଲା ବିଜେପି

ଭୁବନେଶ୍ୱର, ୧୯/୦୪ (ଓଡ଼ିଆ ପୁଅ) : ଏବେ ପ୍ରଚଣ୍ଡ ଖରା ହେଉଛି। ଭୋଟ ଦେଲା ବେଳେ ପ୍ରଚଣ୍ଡ ଖରା ହେଉଥିବାରୁ ଏବଂ ମତଦାନ କେନ୍ଦ୍ରରେ ଭିଡଥିବା କାରଣରୁ ଭୋଟଦାତା ମାନେ ଘଂଟା ଘଂଟା ଧରି ଖରାରେ ଲାଇନରେ ଠିଆ ହୋଇ ରହୁଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରି ଏହି ସମସ୍ୟା ପ୍ରତି ଧ୍ୟାନ ଦେବା ପାଇଁ ବିଜେପିର ରାଜ୍ୟ ଉପସଭାପତି ସମିର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦାବି କରିଛି। ମତଦାନ ଦିନ ଖରାରୁ ବଂଚିବା ପାଇଁ ମତଦାନ କେନ୍ଦ୍ରର ଆଗରେ ଛାଇ ଦେବା ପାଇଁ ଅସ୍ଥାୟୀ ଟେଂଟ ବସାଇବା ସହ ପିଇବା ପାଣି ଓ ଗ୍ଲୁକୋଜ ଓ ଅଂଶୁଘାତରୁ ବଂଚିବା ପାଇଁ ପ୍ରାଥମିକ ଚିକିସ୍ତ୍ରାର ବ୍ୟବସ୍ଥା କରିବା ପାଇଁ ଏହି ପ୍ରତିନିଧୀ ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ଏହି ପ୍ରତିନିଧି ଦଳରେ ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ଜୟନ୍ତ ଜେନା ଏବଂ ଆଇନଜୀବୀ ସତ୍ୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।