Odiapua.com

ମଣ୍ଡି ଉଦଘାଟନ ହେଲା ମାତ୍ର ଚାଷୀ ଧାନ ଦେଇନପାରି ନିରାଶରେ ଘରକୁ ଫେରିଲେ

ଖୋର୍ଦ୍ଧା, ୫.୧ (ଓଡ଼ିଆ ପୁଅ/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ ଲେଣ୍ଡୋ ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ ହୋଇଯାଇଅଛିା ବୁଧବାର ସକାଳ ୭ ଟା ରୁ ମଣ୍ଡିରେ ଧାନ ଦେବା ପାଇଁ ଚାଷୀ ଧାନ ଆଣି ସମବାୟ ସମିତିରେ ସଂଧ୍ୟା ପର୍ଯ୍ୟନ୍ତ ଭୋକ ଉପାସରେ ରହି ଧାନ ଦେଇ ନପାରି ନିରାଶ ହୋଇ ଘରକୁ ଫେରିଥିବା ଦେଖିବାକୁ ମିଳିଥିଲା। ସକାଳ ୧୧ ଟାରେ ବାଲୁଗାଁ ଏ. ଆର୍ ସି ଅନନ୍ତ କୁମାର ନାୟକ, ଖୋର୍ଦ୍ଧା ଜିଲ୍ଲା ୧୨ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟା ସିଂ, ସରପଂଚ ବିନୋଦିନୀ ଦଶ, ସମିତି ର ସଭାନେତ୍ରୀ, ଉପ ସଭାପତି ଓ ସଭ୍ୟଙ୍କ ଉପସ୍ଥିତି ରେ ଧାନମଣ୍ଡି ଉଦଘାଟନ ହେଲା। ଦୁଇ ଜଣ ଚାଷୀ ଙ୍କର ଗ୍ରେଡେସନ କରାଗଲା, ୧୯ ଟି ଟୋକନର ୪୫୦ କୁଇଣ୍ଟାଲ ଧାନ ମିଲର ନେବା କଥା ମାତ୍ର ମିଲରର ସଂଧ୍ୟା ପର୍ଯ୍ୟନ୍ତ ଦେଖାନଥିଲା।ଯାହା ଫଳରେ ଚାଷୀ ଧାନ ବିକ୍ରି କରିବାରେ ବାଧା ଉପୁଜିଥିଲା। ଏ ବାବଦରେ ବିଭାଗୀୟ ଉଚ୍ଚପଦସ୍ଥ ଅଧକାରୀ ଙ୍କୁ ପଚାରିବାରେ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା।ଫଳରେ ଚାଷୀମାନେ ଉପାୟ ନ ପାଇ ନିରାଶ ହୋଇ ଘରକୁ ଫେରିଥିଲେ।