Odiapua.com

ମଣ୍ଡିରେ ତାଲା ପକାଇବେ ସମବାୟ ସମିତି ସମ୍ପାଦକ

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ରେ ଧାନ କିଣା ସମସ୍ୟା ଦିନ କୁ ଦିନ ଜଟିଳ ହେଉଛି । ମିଲର ମାନେ ଧାନ ନ ଉଠାଇବା ଯୋଗୁଁ ମଣ୍ଡି ଗୁଡ଼ିକ ରେ ଧାନ ଷ୍ଟକ ରହିଛି । ଟୋକନ୍ ତାରିଖ ଥାଇ ମଧ୍ୟ ଚାଷୀ ଧାନ ଦେଇପାରୁ ନାହିଁ । ଭଦ୍ରକ ଜିଲ୍ଲା ରେ ଥିବା ମିଲର ମାନେ ଧାନ ମୁଣ୍ଡି ରୁ ଧାନ ଉଠାଉ ନାହାନ୍ତି । ଏମିତି ସ୍ଥିତି ରେ ସେବା ସମବାୟ ସମିତି ଉପରେ ଚାଷୀ ଆକ୍ରୋଶ ରଖୁଛନ୍ତି । ଅନେକ ସମୟ ଧାନ କିଣା କୁ ନେଇ ବିଭିନ୍ନ କାର୍ଯ୍ୟ ବନ୍ଦ୍ ରହିଛି । ଏମିତି ସମୟ ରେ ଭଦ୍ରକ ବ୍ଲକ ଅଧିନ ରେ ଥିବା ୧୫ ଟି ସେବା ସମବାୟ ସମିତି ର ସମ୍ପାଦକ ବା ପେଡ଼ି ପର୍ଚେଶ୍ ଅଫିସର ଏକାଠି ହୋଇ ଜିଲ୍ଲା ଯୋଗାଣ ଅଧିକାରୀ ଓ ଉପ ନିବନ୍ଧକ କୁ ଦାବିପତ୍ର ଦେଇଛନ୍ତି । ତେବେ ଦୁଇ ଦିନ ମଧ୍ୟ ରେ ଯଦି ମୀଲର ଧାନ ନ ଉଠାଇବେ ତାହାହେଲେ ସୋମବାର ଠାରୁ ଭଦ୍ରକ ବ୍ଲକ ର ୧୫ ସେବା ସମବାୟ ସମିତି ନିଜ ସୁରକ୍ଷା ଓ ଚାଷୀ ଙ୍କୁ ଆକ୍ରୋଶ ର ବର୍ତିବାକୁ ମଣ୍ଡି ରେ ତାଲା ପକାଇବେ ବୋଲି ଲିଖିତ ଭାବେ ଜଣାଇଛନ୍ତି ରାହାଞ୍ଜ ସେବା ସମବାୟ ସମିତିର ସମ୍ପାଦକ ଅନିରୁଦ୍ଧ ଧିନ୍ଦା ଓ କାଉପୁର୍ ସେବା ସମବାୟ ସମିତି ସମ୍ପାଦକ ଭରତ କୁମାର ପାତ୍ର ।