Odiapua.com

ମଣ୍ଡିରୁ ଧାନ ଉଠାଇବା ଦାବିନେଇ ରାଜରାସ୍ତାରେ ଧାନବସ୍ତା ରଖି ରାସ୍ତାରୋକ ଆନ୍ଦୋଳନ କଲେ ଚାଷୀ

ମାଲକାନଗିରି,୩୦ ।୧୨ (ଓଡିଆ ପୁଅ )  ମାଲକାନଗିରି ଥାନାସ୍ଥ ପଦ୍ମଗିରି ଓ ଝରାପାଲି ଦୁଇଟି ଧାନ ମଣ୍ଡିରେ ଗତ ୧୫ଦିନହେଲା ପ୍ରାୟ୬ହଜାର କ୍ୟୁଟାଂଲ ଧାନ ପଡିରହିଛି । ଚାଷୀମାନେ ଶୀତକାକରରେ ସେହି ଧାନକୁ ଜଗିରହିଥିବାବେଳେ ମଣ୍ଡିରୁ ମିଲର ମାନେ ଧାନ ଉଠାଉନଥିବାରୁ  ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି ଙ୍କ ନେତୃତ୍ୱରେ ଆଜି ସକାଳ ୭ଟା ଠାରୁ ଦିନ ୧୧ଟା ପର୍ଯ୍ୟନ୍ତ ଶତାଧିକ ଚାଷୀ ମାଲକାନଗିରି-ଜୟପୁର ମୁଖ୍ୟରାଜପଥ ପଦ୍ମଗିରି ଛକ ନିକଟରେ ଧାନବସ୍ତା ରଖି ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଦୀର୍ଘ ୪ଘଟାଂଧରି ମୁଖ୍ୟ ରାଜପଥ ରାସ୍ତା ଅବରୋଧ ହୋଇ ଯିବାରୁ ରାସ୍ତାର ଦୁଇ ପାଶ୍ୱର୍ରେ ଶତାଧିକ ଯାନବାହନ ଅଟକି ରହିଥିଲା । ଏ ସଂପର୍କରେ ପୁଲିସ ଖବର ପାଇଲା ପରେ  ଡିଏସପି ଦିଲ୍ଲୀପ ଦାଶ,ମାଲକାନଗିର ଥାନା ଆଇଆଇସି ସୌମେନ୍ଧୁଶେଖର ତ୍ରୀପାଠୀ ପୁଲିସ ସଦଳବଳ ଯାଇ ଘଟଣାସ୍ଥଳରେ ପହଁଚିଥିଲେ । ରାସ୍ତାରୁ ହଟି ଯିବା ପାଇଁ ଆନ୍ଦୋଳନ କାରି ମାନଙ୍କୁ ବୁଝାଇବାରୁ ଆନ୍ଦୋଳନ କାରି ଚାଷୀ ମାନେ କହିଥିଲେ ଜିଲ୍ଲାଯୋଗାଣ ଅଧିକାରୀ ଆସି ଧାନ ଉଠାଇବା ପାଇଁ ବ୍ୟବସ୍ଥା କଲେ ହିଁ ଆନ୍ଦୋଳନ ପ୍ରତ୍ୟାହର ହେବ । ଏ ସଂପର୍କରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଜାଣିବା ପରେ ଘଟଣାସ୍ଥଳକୁ ଜିଲ୍ଲାଯୋଗାଣ ଅଧାକିର ଙ୍କୁ ପଠାଇଥିଲେ । ଜିଲ୍ଲାଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି,ସହକାରି ଜିଲ୍ଲା ଯୋଗାଣ ଅଧିକାରୀ ଓ ଅନ୍ୟାନ ଅଧିକାରୀ ମାନେ ଘଟଣାସ୍ଥଳରେ ପହଁଚି ଜିଲ୍ଲାପରିଷଦ ଅଧ୍ୟକ୍ଷ ଓ ଆନ୍ଦୋଳନକାରି ଚାଷୀମାନଙ୍କୁ ବୁଝାଇଥିଲେ । ଝରାପାଲି ଧାନ ମଣ୍ଡିରେ ୪ହଜାର କୁଇଣ୍ଟାଲ, ପଦ୍ମଗିରି ଧାନ ମଣ୍ଡିରେ ୨ହଜାର କୁଇଣ୍ଟାଲ ଧାନ ଗତ ୧୫ଦିନହେଲା ମୋଟ ୬ହାଜର କୁଇଣ୍ଟାଲ ଧନପଡିରହିଥିଲେ  ମଧ୍ୟ କେହି ମିଲର ଉଠାଉ ନହାଁନ୍ତି,ପଦ୍ମଗିରି ଧାନ ମଣ୍ଡିରେ ଉଡୁପା ଓ ପଦ୍ମଗରି ଦୁଇଟି ପଚାଂୟତର ୧୮ଟି ଗ୍ରାମର ୯୧୦ଜଣ ଚାଷୀଙ୍କ ନାମପଜିକରଣ କରାଯାଇଛି,ଝରାପାଲି ଧାନ ମଣ୍ଡିରେ ପେଡାକୋଣ୍ଡା ଓ ଝରାପାଲି ପଚାଂୟତର ୧୬ଟି ଗ୍ରାମର ପ୍ରାୟ ୬୪୦ଚାଷୀଙ୍କ ନାମପଜିକରଣ କରାଯାଇ ସେମାନଙ୍କୁ ଟୁକନ ଦିଆ ଯାଇଛି ।

ଚଳିତ ବର୍ଷ ଏହି ଦୁଇଟି ପଚାଂୟତରେ ଭଲ ଧାନ ଅମଳ ହୋଇ ଥିବାବେଳେ ମଣ୍ଡିରେ ମାତ୍ର ୨ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆ ଯାଇଥିବାରୁ ଚାଷୀ ମାନେ ବହୁତ ଅସୁବିଧା ରେ ପଡୁଛନ୍ତି, ତୁରନ୍ତ ଏହି ଦୁଇଟି ମଣ୍ଡିରେ ୪ହଜାର କୁଇଣ୍ଟାଲ ଲେଖା ଧାନ କ୍ରୟ କରିବା ପାଇଁ ଟାର୍ଗେଟ ବଢାଇବା,ଚାଷୀମାନଙ୍କୁ ଭେଣ୍ଡର ରସିଦ ଦେବା,ଗନି ବସ୍ତା ର ପଇସା ଦେବା, ଚାଷିଙ୍କ ଧାନ ବିକ୍ରୟ ଟଙ୍କା ତୁରନ୍ତ ଦେବା ଦାବିକରି ଏହି ଦୁଇଟି ପଚାଂୟତର ଶତାଧିକ ଚାଷୀମାନେ ଆଜି ରାଜରାସ୍ତା ରେ ଧନବସ୍ତା ରଖି ଆନ୍ଦୋଳନ କରିଛନ୍ତି । ଝରାପାଲି ଓ ପଦ୍ମଗିରି ଧାନ ମଣ୍ଡିରୁ ଆଜି ହିଁ ଧାନଗୁଡିକ ଉଠାଯିବ,ମଣ୍ଡିରେ ଚାଷୀଙ୍କୁ ଭେଣ୍ଡର ରସିଦ ଦିଆ ଯିବ, ମଣ୍ଡିରେ ଧାନ କ୍ରୟ ଟାର୍ଗେଟ ବଢାଇବା ନେଇ ରାଜ୍ୟସରକାଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି ଆନ୍ଦୋଳନକାରି ମାନଙ୍କୁ ପ୍ରତିଶୃତି ଦେବାପରେ ରାସ୍ତାରୁ ଧାନବସ୍ତା ହଟାଇ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ଦୀର୍ଘ୪ଘଟାଂ ରାସ୍ତାର ଉଭୟ ପାର୍ଶ୍ବରେ ଅଟକିରହିଥିବା ଯାନବାହନ ଗୁଡିକ ପରେ ସ୍ୱାଭାବିକ ଭାବେ ଚଳାଚଳ ଆରମ୍ଭକରିଥିଲେ । ମାଲକାନଗିରି ଜିଲ୍ଲାରେ ଗତ ନଭେମ୍ବର ମାସ ୨୫ତାରିଖ ଠାରୁ କାଲିମେଳା, ମାଲକାନଗିରି,ପଡିଆ, କୋରକୁଣ୍ଡା, କୁଡୁମୁଲୁଗୁମ୍ମା, ଖଇରପୁଟ, ମାଥିଲି ସାତଟିଯାକ ବ୍ଲକର ବିଭିନ୍ନ ସ୍ଥାନରେ ଜିଲ୍ଲାପ୍ରଶାସନ ପକ୍ଷରୁ ୬୧ ମଣ୍ଡି ଖୋଲାଯାଇ ଧାନକ୍ରୟ ଚାଲିଛି ।  ଜିଲ୍ଲାରେ ୬୧ଟି ମଣ୍ଡି ଖୋଲା ଯାଇଥିବାରୁ ସେ ସବୁ ମଣ୍ଡିରୁ ଧାନ ଉଠାଇବା ପାଇଁ ମାତ୍ର୨୧ଟି ମିଲର ଅଛନ୍ତି । ସେମାନଙ୍କ  ସିକୃଟି ଡିପୋଜିଟ ସରିଆସିଲାଣି,ତେଣୁ  ମଣ୍ଡିରୁ ଧାନ ଉଠାଇବା ରେ ବିଳମ୍ବ ହେଉଛି । ଇତି ମଧ୍ୟରେ ସାତଟି ଯାକ ବ୍ଲକରେ ଥିବା ୬୧ଟି  ମଣ୍ଡିରୁ  ୪ ଲକ୍ଷ ୭୫ ହଜାର କୁଇଣ୍ଟାଲ ଧାନକ୍ରୟ ହୋଇ ମିଲର ମାନେ ଧାନଉଠାଇ ନେଇଛନ୍ତି । ଚଳିତ ମାସ ୨୯ ତାରିଖ ସୁଦ୍ଧା ଜିଲ୍ଲାର ୧୧ହଜାର ୬୮୫ଜଣ ଚାଷୀ ଙ୍କୁ ୬୯କୋଟି ୮୧ଲକ୍ଷ ରୁ ଉର୍ଦ୍ଦ ଟଙ୍କା ଦିଆ ଯାଇଛି  ବୋଲି ଜିଲ୍ଲାଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି ସୁଚନା ଦେଇଛନ୍ତି ।