Odiapua.com

ମଣିପୁର ହିଂସାକାଣ୍ଡ ପ୍ରତିବାଦରେ ଓଡ଼ିଶା ବହୁଜନ ସାମ୍ମୁଖ୍ୟ ପକ୍ଷରୁ ବିକ୍ଷୋଭ

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ ମଇ ମାସ ୩ତାରିଖ ମଣିପୁର ଠାରେ ମହିଳାମାନଙ୍କୁ ଉଲଗ୍ନ କରି ଯେଭଳି ଭାବରେ ସର୍ବସମୁକ୍ଷରେ ବୁଲାଗଲା, ତାହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଯାହାକି ସଭ୍ୟ ସମ।।ଜ ପାଇଁ ଲଜ୍ଜାଜନକ ହୋଇଥିବାବେଳେ, ସମଗ୍ର ବିଶ୍ୱରେ ଭାରତର ପ୍ରତିଛବିକୁ ମଳିନ କରିଛି ବୋଲି ମଣିପୁର ଠାରେ ୨ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା ପ୍ରତିବାଦରେ ଆଜି ଓଡ଼ିଶା ବହୁଜନ ସାମ୍ମୁଖ୍ୟ ଭଦ୍ରକ ଶାଖା ତରଫରୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ପରେ ସାମ୍ମୁଖ୍ୟ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ମହାମହିମଙ୍କୁ ନିବେଦନ କରାଯାଇଛି ଯେ ମଣିପୁର କୋକି ସଂପ୍ରାୟର ଲୋକମାନଙ୍କ ଧନଜୀବନ ସୁରକ୍ଷା ଦେବା ସହ ଭାରତବର୍ଷର ସମସ୍ତ ଏସ୍‌ସି/ଏସ୍‌ଟି ଲୋକମାନଙ୍କୁ ଉପଯୁକ୍ତ ମାନମର୍ଯ୍ୟାଦା ଦିଆଯିବା ପାଇଁ ନିବେଦନ କରିଛନ୍ତି । ମଣିପୁରରେ ଘଟିଥିବା ଏଭଳି ବର୍ବୋରିତ ଘଟଣା ପାଇଁ ସାମ୍ମୁଖ୍ୟ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବିଶୋଦଗାର କରି ଘୋର ନିନ୍ଦା କରିଥିଲେ । ସାମ୍ମୁଖ୍ୟ ପକ୍ଷରୁ ସଭାପତି ପ୍ରକାଶ ନାୟକ, ଜିଲା ସଂଯୋଜକ ବିଶ୍ୱନାଥ ଜେନା, ଉପସଭାପତି ଅଜୟ କୁମାର, ଅବିନାଶ ଜେନା, କୈଳାସ ଚନ୍ଦ୍ର ଜେନା, ଚିତ୍ତରଂଜନ ସ୍ୱାଇଁ, ରାଜେନ୍ଦ୍ର ମହାଳିକ, ଦୁର୍ଯ୍ୟୋଧନ ଜେନା, ସର୍ବେଶ୍ୱର ବେହେରା ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ ।