Odiapua.com

ମଣିନାଥପୁର ହାଇସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଣିନାଥପୁର ନରେନ୍ଦ୍ରକୁମାର ପରିଡା ଉଚ୍ଚବିଦ୍ୟାପୀଠରେ ଚଳିତ ବର୍ଷର ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସମୀର କୁମାର ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ୬ଷ୍ଠ ରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ୨୫ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବିଜ୍ଞାନଶିକ୍ଷକ ବାସୁଦେବ ସୋରେନଙ୍କ ତତ୍ତ୍ୱାବଧନରେ ପ୍ରକଳ୍ପଗୁଡିକ ପ୍ରଦର୍ଶିତ ହୋଇଥିଲା । ବିଜ୍ଞାନଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ବିଚାରକ ଭାବେ ପ୍ରକଳ୍ପଗୁଡିକର ମୂଲ୍ୟାୟନ କରିଥିଲେ । ଶ୍ରେଷ୍ଠ ବିଚେିତ ୨ଟି ପ୍ରକଳ୍ପକୁ ବ୍ଲକସ୍ତରରେ ପ୍ରଦର୍ଶନ ପାଇଁ ମନୋନୀତ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ଶିକ୍ଷାସଂଯୋଜକ ଅକ୍ଷୟ କୁମାର ନନ୍ଦ, ବିଦ୍ୟାଳୟ ସଭାପତି ମନୋଜ ଦାସ, ମୋ ସ୍କୁଲ ଅଭିଯାନ ସଭାପତି ଗଜେନ୍ଦ୍ର ଦାସ, ଅବସରପ୍ରାପ୍ତ ଶିକ୍ଷକ ଚିନ୍ତାମଣି ନାୟକ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ସୂର୍ଯ୍ୟକାନ୍ତ ବରାଳ ଅତିଥି ପରିଚୟ ଓ ଶରତ ଥାଟୋଇ ଧନ୍ୟବାଦ ଦେଇଥିଲେ । ଦିପ୍ତୀରଞ୍ଜନ ଶେଣ୍ଢ, ମାମିନା ଜେନା, ରଶ୍ମିରେଖା ରାଉତ, ରିତାଞ୍ଜଳୀ ମହାନ୍ତି, ପ୍ରଭାତ ମଞ୍ଜରୀ ଜେନା, ଅରୁଣୀ ବେହେରା, ରମେଶ ଚନ୍ଦ୍ର ରାଉତ, ଏସ.କେ.ଆଫ୍ରୋବୁଦ୍ଦିନ ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀମାନେ ଉତ୍ସବ ପରିଚାଳନା କରିଥିଲେ ।