Odiapua.com

ମଣିନାଥପୁର ହାଇସ୍କୁଲରେ ବନମହୋତ୍ସବ ଓ ବୃକ୍ଷରୋପଣ

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ପ୍ରକୃତିମିତ୍ର ବିଦ୍ୟାଳୟ ଭାବେ ସ୍ୱୀକୃତିପ୍ରାପ୍ତ ମଣିନାଥପୁର ଉଚ୍ଚବିଦ୍ୟାପୀଠରେ ବନମହୋତ୍ôସବ ଓ ବୃକ୍ଷରୋପଣ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣାଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି । ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଯାଜପୁର ଯୁବା ପ୍ରକୋଷ୍ଠ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅନାଦି ଚରଣ ସାହୁ ମୁଖ୍ୟଅତିଥି, ଗାୟତ୍ରୀ ପରିବାର ଯାଜପୁର ଜିଲ୍ଲା ସଂଯୋଜକ ମଦନ ମୋହନ ରାଉତ ମୁଖ୍ୟବକ୍ତା, ଶିକ୍ଷାସଂଯୋଜକ ବିନୋଦ ରାଉତ, ବିଦ୍ୟାଳୟ ପରିଚାଳନା ସଭାପତି ନରେନ୍ଦ୍ର ବେଉରିଆ, ବରିଷ୍ଠ ନାଗରିକ ଆନନ୍ଦ ଚନ୍ଦ୍ର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ଠାରୁ ବୃକ୍ଷସଂରକ୍ଷଣ ଅଧିକ ଉପଯୋଗୀ ବୋଲି ମତଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଶତାଧିକ ଆମ୍ବ, ପିଜୁଳି, ଅଁଳା, କଦମ୍ବ, ପଣସ, ଲେମ୍ବୁ, ସୌନ୍ଦର୍ଯ୍ୟବର୍ଦ୍ଧକ ଚାରା ଲିପ୍‌ଷ୍ଟିକ ପାମ, ଏରିକା, ମୁଷୁଣ୍ଡା, ଚାଇନା ଟଗର ଆଦି ଚାରାଗଛ ରୋପଣ କରାଯାଇଥିଲା । ଏଥିରେ ଗାୟତ୍ରୀ ପରିବାର ପରିବ୍ରାଜକ ବଲ୍ଲଭ ବାରିକ, ପୂର୍ଣ୍ଣଚନ୍ଦ୍ର ନାୟକ, କ୍ଲଷ୍ଟର ଶିକ୍ଷକ ଗୋବିନ୍ଦ ବେହେରା, ଗଣେଶ ରାଉତ, ହେମନ୍ତ ଦାଶ, ଆନନ୍ଦ ରାଉତ, ଅକ୍ଷୟ ନନ୍ଦ, ପ୍ରଜ୍ଞାପରମିତା ନାୟକ, ସୂର୍ଯ୍ୟକାନ୍ତ ବରାଳ, ଦିପ୍ତିରଞ୍ଜନ ଶେଣ୍ଢ, ରମେଶ ରାଉତ, ଶରତ ଥାଟୋଇ, ରଶ୍ମିରେଖା ରାଉତ, ରିତାଞ୍ଜଳୀ ମହାନ୍ତି, ଅରୁଣି ବେହେରା, ପ୍ରଭାତ ମଞ୍ଜରୀ ଜେନା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗଦେଇ ଚାରା ରୋପଣ କରିଥିଲେ । ବରିଷ୍ଠ ଶିକ୍ଷକ ଚିନ୍ତାମଣି ନାୟକ ଧନ୍ୟବାଦ ଦେଇଥିଲେ ।