Odiapua.com

ମଣିଜଙ୍ଗା ଉଚ୍ଚ ବିଦ୍ୟାଳୟ ୧୯୯୨ ବ୍ୟାଚର ଗୁରୁପୂଜନ ଓ ବନ୍ଧୁ ମିଳନ

ଜଗତସିଂହପୁର, ୨୫ା୧୨ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) ପାରାଦୀପ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ମଣିଜଙ୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଏହିବିଦ୍ୟାଳୟର ୧୯୯୨ ବ୍ୟାଚ ତରଫରୁ ବନ୍ଧୁ ମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୋ ସ୍କୁଲ ଅଭିଯାନ କମିଟିର ସଭାପତି ଫକିର ଚରଣ ସ୍ୱାଇଁ ସଭାପତିତ୍ୱ କରିଥିଲୋ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାରଦା ପ୍ରସାଦ ଜେନା, ଶିକ୍ଷକ ଅକ୍ଷୟ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ସୁଧାକର ମହାପାତ୍ର, ଭାବଗ୍ରାହି ମିଶ୍ର, ନୟନା ନନ୍ଦଙ୍କୁ ପୂଜା କରାଯିବା ପରେ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଶିକ୍ଷକ ମାନେ ଦିର୍ଘ ୨୭ ବର୍ଷ ପରେ ପୁରାତନ ଛାତ୍ରୀଛାତ୍ର ମାନଙ୍କୁ ଦେଖି ଭାବବିହ୍ୱଳିତ ହେବା ସହ ଆର୍ଶୀବାଦ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଆଇନଜୀବି ପ୍ରଶାନ୍ତ କୁମାର ଦାସ, କୋଷାଧ୍ୟକ୍ଷ ବିଷ୍ଣୁ ଚରଣ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅମର ପଣ୍ଡା, ଗଣେଶ ପ୍ରସାଦ ସାହୁ, ସ୍ୱାତି ସଂଗୀତା, ସ୍ମାତିମୟୀ ସାହୁ, ମନ୍ଦାକିନୀ ସାହୁଙ୍କ ସମେତ ୧୯୯୨ବ୍ୟାଚର ବହୁ ପୁରାତନ ଛାତ୍ରୀଛାତ୍ର ନିଜ ପରିବାର ସହ ଯୋଗଦେଇ ଚିଦ୍ୟାଳୟର ଦିନର ସ୍ମୃତିକୁ ରୋମନ୍ଥନ କରିଥେôଲ। ରଣଜିତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅରୁପ ଓଝା, କ୍ଷୀରୋଦ ସ୍ୱାଇଁ, ଟୁଲୁ ରଞ୍ଜନ ବାରୁକ, ରଞ୍ଜନ ସାହୁ, ସଞ୍ଜୟ ସାହୁ, ଧର୍ମାନନ୍ଦ ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ଏହାପରେ ଅନୁଷ୍ଠିତ ସଂଗୀତ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇଥିଲେ।