Odiapua.com

ମଢିଆଳ ଦୁର୍ଗା ମଣ୍ଡପରେ କୋଭିଡ ନିୟମ ଖିଲାପ ଅଭିଯୋଗ

କେନ୍ଦ୍ରାପଡ଼ା ୧୩ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ମଢିଆଳ ବଜାରରେ ଥିବା ଦୁର୍ଗା ମଣ୍ଡପରେ ବୁଧବାର କୋଭିଡ ନିୟମକୁ ଖିଲାପ କରାଯାଇ ବହୁ ଭକ୍ତଙ୍କ ସମାଗମ ହୋଇଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ମଣ୍ଡପରେ ତାଲା ପକାଇଦେବା ସହ ସଂପୃକ୍ତ ମଣ୍ଡପର ପୂଜକଙ୍କୁ ଥାନାକୁ ନେଇଯାଇଥିଲା। ଫଳରେ ପୂଜା ବନ୍ଦ ହୋଇଯିବାରୁ ସ୍ଥାନୀୟ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କ ସମେତ ଭକ୍ତମାନେ ଏହାର ପ୍ରତିବାଦରେ ସେହି ରାସ୍ତାରେ ରାସ୍ତାରୋକ କରିଥିଲେ। କିଛି ଘଣ୍ଟା ଥାନାରେ ଅଟକ ପରେ ପୂଜକଙ୍କୁ ପୋଲିସ ଛାଡିଦେବା ପରେ ଏବଂ ପୂଜା ମଣ୍ଡପରୁ ତାଲା ଖୋଲିଦେବାରେ ରାସ୍ତା ରୋକ ପ୍ରତ୍ୟାହାର କରାଯାଇଥିଲା। କିନ୍ତୁ ଏନେଇ ପୋଲିସ ପକ୍ଷରୁ ସଂପୃକ୍ତ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କ ନାମରେ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ନେଇ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।