ନୟାଗଡ଼, ୨୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନୂଆଗାଁ ବ୍ଳକ ଅନ୍ତର୍ଗତ ଢେଙ୍କେଣା ଠାରେ ବିରାଜମାନ ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ଓଡ଼ିଶାର ସଂସ୍କୃତି ସାହିତ୍ୟ ଇତିହାସରେ ଏକ ପ୍ରଧାନ ପୀଠ। ନୟାଗଡ଼ ଜିଲ୍ଲାରେ ମଠ ପରମ୍ପରା ଥିବାବେଳେ ଢେଙ୍କେଣାରେ ଅବସ୍ଥିତ ଏହି ମଠଟି ରାମାନନ୍ଦୀ ମଠ ବା ଶ୍ରୀ ସମ୍ପ୍ରଦାୟର ରଘୁନାଥ ମଠଟି ଆଧୁନିକ ନୟାଗଡ଼ ଜିଲ୍ଲାର ସବୁଠାରୁ ପ୍ରାଚୀନତମ ମଠଭାବେ ଗୌରବ ବହନ କରେ। କୁହାଯାଏଯେ ଋଷି ଶରଭଙ୍ଗ ମାଲ୍ୟବନ୍ତକୁ ଚାଲି ଚାଲି ଯାଉଥିବାବେଳେ ଶକ୍ତି ସାଧକ ଓଜପାଦଙ୍କ ପୂର୍ବଜ ବିଶିଷ୍ଟ ମନ୍ତ୍ରସାଧକ ଋଷି ବତ୍ସ୍ୟଙ୍କ ଆଶ୍ରମରେ କିଛିଦିନ ବିଶ୍ରାମ ନେଇଥିଲେ। ଋଷି ଶରଭଙ୍ଗ ଆ୍ୟମ ତ୍ୟାଗ ପୂର୍ବରୁ ସାଙ୍ଗରେ ଆଣିଥିବା ଅନେକ ଶାଳଗ୍ରାମ ମୂତ୍ତ୍ର୍ିରୁ କିଛି ଶାଳଗ୍ରାମ ମୂର୍ତ୍ତି ପୂଜା ପାଇଁ ଏହି ଆଶ୍ରମରେ ଦେଇ ଯାଇଥିଲେ। ଶକ୍ତି ଉପାସନା ବିଧିରେ ବଳିପ୍ରଥା ଥବାରୁ ଏହି ଶାଳଗ୍ରାମ ମୂତ୍ତ୍ର୍ିକୁ ପଲମ ବା ଢାଙ୍କୁଣି ଆଛାଦିତ ଏକ ମାଟି ପାତ୍ରରେ ରଖି ଆଶ୍ରମ ପରିସରସ୍ଥ ବେଲଗଛ ମୂଳରେ ତତ୍କାଳୀନ ତାନ୍ତ୍ରୀକ ଯୋଗୀମାନେ ପୋତି ଦେଇଥିଲେ। ପରବର୍ତ୍ତି କାଳରେ ଢେଙ୍କାନାଳ ରାଜପରିବାରରେ ଜନ୍ମ ଗ୍ରହଣ କରି ବୈରାଗୀ ହୋଇଥିବା ସନ୍ୟାସୀ ଭାଗବତ ଚରଣ ଦାସ ଶ୍ରୀକ୍ଷେତ୍ର ପାପୁଡ଼ିଆ ମଠରେ ଦୀକ୍ଷା ଗ୍ରହଣ କରି ଅଘୋରୀ ହୋଇ ବୁଲୁଥିଲେ। ପ୍ରାୟ ୧୬୭୦ ମସିହା ବେଳକୁ ଉକ୍ତ ସନ୍ୟାସୀ ଏ ଅଂଚଳରେ ନାମ କୀର୍ତ୍ତନ ପାଇଁ ଆସ୍ଥାନୀ ହୋଇଥିବାବେଳେ ଉକ୍ତ ଢାଙ୍କୁଣୀ ପରିହିତ ଶାଳଗ୍ରାମ ପାତ୍ରଟିରୁ ପାଂଚମୂତ୍ତ୍ର୍ି ଶାଳଗ୍ରାମ ଉଦ୍ଧାର କରିଥିଲେ। ଯାହାକି ପ୍ରାଚୀନ କାଳରେ ଏହି ଅଂଚଳକୁ ଢାଙ୍କୁଣୀ ଗ୍ରାମ ଓ ପରବର୍ତ୍ତି ସମୟରେ ଏହା ଢେଙ୍କେଣା ଗ୍ରାମରେ ପ୍ରଚଳିତ ହୋଇଛି। ସନ୍ୟାସି ଭାଗବତ ଚରଣ ଦାସ ମହାରାଜାଙ୍କୁ ଢେଙ୍କେଣା ମଠର ଆଦି ମହନ୍ତ ଓ ପ୍ରସ୍ଥାପକର ଗୌରବ ମିେଳେ। ସାଧୁ ଭାଗବତ ଦାସ ନିଜେ ଖୁଂଟା ତାଡ଼ି ସ୍ଥାନୀୟ କନ୍ଧମାନଙ୍କ ସହାୟତାରେ ଚାଳଘରଟିଏ ତୋଳି ଏହାକୁ ଏକ ବୈଷ୍ଣବାଶ୍ରମ ଭାବରେ ପ୍ରସ୍ଥାପିତ କରିଥିଲେ। ତତ୍କାଳୀନ ରାଜା ଗୋକୁଳେଶ୍ୱର ସିଂହ ମାନ୍ଧାତାଙ୍କ ଶୁଭଦୃଷ୍ଟି କ୍ରମେ ଏହାକୁ ପରବର୍ତ୍ତି କାଳରେ ଏକ ଖଇରାତି ମଠର ମର୍ଯ୍ୟାଦାପୂର୍ବକ ତିରିଶ ଏଳର ନିଷ୍କର ଭୂମି ଯୋଗାଇ ଦେଇଥିଲେ। ଏହି ସର୍ବପୁରାତନ ମଠର ମଠାଧୀଶ ଭାବେ ବାବାଜୀ ଭାଗବତ ଚରଣ ଦାସ, ପଦ୍ମ ଚରଣ ଦାସ, ଦିଲିପ ଚନ୍ଦ୍ର ଦାସ, ଯୁଗଳ ଚନ୍ଦ୍ର ଦାସ , ରାମ ନାରାୟଣ ଦାସ, ରାଧାଗୋବିନ୍ଦ ଦାସ, ବଦ୍ରିନାରାୟଣ ଦାସ ରହି ପ୍ରମୁଖ ଦାୟିତ୍ୱ ନେଇ ଇହଲୀଲା ସମ୍ବରଣ କରିଛନ୍ତି। ସମ୍ପ୍ରତି ପର୍ଶୁରାମ ଦାସ ମଠାଧୀଶ ଭାବେ ମଠର କାର୍ଯ୍ୟନିର୍ବାହ କରି ଆସୁଛନ୍ତି। ମଠାଧୀଶ ଯୁଗଳ ଚରଣ ଦାସଙ୍କ ସମୟରେ ପୂର୍ବୋକ୍ତ ଶାଳଗ୍ରାମ ସମେତ ନୂତନ ରାମ ବିଗ୍ରହକୁ ଗାଦିରେ ସ୍ଥାପନ ପୂର୍ବକ ପୂଜାରମ୍ଭ ହୋଇଥିଲାବେଳେ ମଠାଧୀଶ ରାମନାରାୟଣ ଦାସଙ୍କ ସମୟରେ ୧୯୦୨ ମସିହାରେ ରାଜ ନାରାୟଣ ସିଂ ମାନ୍ଧାତା ଙ୍କ ସୌଜନ୍ୟରୁ ନୂତନ ମନ୍ଦିର ଗୃହ ପ୍ରତିଷ୍ଠା ହୋଇଥିବା କୁହାଯାଏ। ସ୍ମରଣଯୋଗ୍ୟ ରାମ ଉପାସନା ପରମ୍ପରା ଏହି ଗ୍ରାମରେ ବହୁ ଅତୀତ କାଳରୁ ପ୍ରତିଷ୍ଠିତ। ଯାହାକି କବି ସମ୍ରାଟ ଉପେନ୍ଦ୍ର ଭଞଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ରଭାବେ ଏହି ପୀଠ ସାରା ଓଡ଼ିଶାରେ ବେଶ୍ ପରିଚିତ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାଧନାର କ୍ଷେତ୍ର ଯେହେତୁ ଏହି ପୀଠ ତେଣୁ ଏଠାକୁ ବିଭିନ୍ନ ସମୟରେ ବହୁ ଭଞ୍ଜ ଗବେଷକ ଆସିଛନ୍ତି । ଆଉ କେତେକ ମଧ୍ୟ ଢେଙ୍କେଣାର ଏହି ରଘୁନାଥ ପୀଠକୁ ନଆସି ଭଞ୍ଜଙ୍କ ପାଣ୍ଣିତ୍ୟ ପ୍ରାପ୍ତି ଓ ସିଦ୍ଧିପ୍ରାପ୍ତ ବିଷୟରେ ଉଡ଼ା ଖବର ଲେଖୁଥିବା ଅଭିଯୋଗ ମଧ୍ୟ ଉଠୁଛି। ନୟାଗଡ଼ ଜିଲା ସଦର ମହକୁମା ଠାରୁ ନୟାଗଡ଼ -ଖଣ୍ଡପଡ଼ା ରାସ୍ତାର ବାଲୁଗାଁ ଠାରୁ ବାଲୁଗାଁ-ମହିପୁର ରାସ୍ତାର ୧୩ କି.ମି ଗଲେ ପଡ଼େ ଢେଙ୍କେଣା ଗ୍ରାମର ଏହି ପ୍ରାଚୀନ ମଠ। ଉପେନ୍ଦ୍ର ଭଞ୍ଜ ଢେଙ୍କେଣା ସନ୍ନିକଟ ମାଳିସାହି ଗ୍ରାମର ମଧ୍ୟ ଭାଗରେ ଥିବା ଖମାର କୋଠିରେ ପ୍ଲଟ ନଂ ୭୪୧ରେ ଅବସ୍ଥାନ କରୁଥିବା ମଧ୍ୟ କୁହାଯାଏ ା ତେବେ ଠାକୁରଙ୍କ ଜମି ୩୦ ଏକର ଥିବାବେଳେ ସେଥିରୁ ପ୍ରକୃତ ଅମଳ ହେଉଥିବା ଜମି ୧୧ଏଳର ଏବଂ ଠାକୁରଙ୍କ ବିଜେ ସ୍ଥଳୀ ୫ଏକର ଓ ଅବଶିଷ୍ଟ ଜମି ଅନାଦେୟ ଭାବେ ୧୪ଏଳର ପଡ଼ି ରହିଥିବା ଜଣାପଡ଼ିଛି।