ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୂଆବଜାର, ଭଦ୍ରକର ଦ୍ୱିଚତ୍ୱାରିଂଶତମ ବାର୍ଷିକୋତ୍ସବ ଛପୁଲିଆସ୍ଥିତ ନୂତନ ଶିଶୁ ବାଟିକା ଭବନରେ ଉଦ୍ଯାପିତ ହୋଇଯାଇଛି । ବାର୍ଷିକ ଉସବର ଦ୍ୱିତୀୟ ଦିବସର ସଭାରେ ବିଦ୍ୟାଳୟର ପୂର୍ବଛାତ୍ର ତଥା ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା, ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ସଭାମଣ୍ଡନ କରି ଆଗାମୀ ସମୟର ଆହ୍ୱାନରେ ଶିଶୁମାନଙ୍କର ଚରିତ୍ରବତାର ବିକାଶ ପାଇଁ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଉପସଭାପତି ଅମ୍ବିକା ବଲ୍ଲଭ ସ୍ୱାଇଁ ଅତିଥି ମାନଙ୍କର ପରିଚୟ କରିଥିଲେ । ବିଦ୍ୟାଳୟର ସଭାପତି ବ୍ରଜ କିଶୋର ବଳ ସଭାରେ ସଭାପତିତ୍ୱ କରିଥିଲା ବେଳେ ସମ୍ପାଦକ ବିଭୁ ଚନ୍ଦନ ଜେନା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଶେଷ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସମ୍ପନ୍ନ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରାନ୍ତ ସହ ପ୍ରଚାରକ ଓଡ଼ିଶା (ପୂର୍ବ) ଅସିତ୍ କୁମାର ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ମାୟାଧର ଲେଙ୍କା ସଭାର ସମ୍ମୁଖ ଭାଗରେ ଉପସ୍ଥିତ ନିମନ୍ତ୍ରିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଇତ୍ୟବସରରେ ବିଦ୍ୟାଳୟର ମୁଖପତ୍ର “ଭାରତୀ” ର ଉନ୍ମୋଚନ ମୁଖ୍ୟ ଅତିଥିଙ୍କ ଦ୍ୱାରା ହୋଇଥିଲା ଏବଂ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ମୁଖ୍ୟ ଅତିଥିଙ୍କ ଦ୍ୱାରା କରାଯାଇଥିଲା । ଶେଷରେ କୋଷାଧ୍ୟକ୍ଷ ବସନ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉକ୍ତ ଦୁଇ ଦିନର ବିବିଧ କାର୍ଯ୍ୟକ୍ରମକୁ ସଠିକ୍ ପରିଚାଳନା କରିଥିବାରୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।