Odiapua.com

ମଞ୍ଜୁରୀ ଶାରଦା ବିଦ୍ୟାମନ୍ଦିର ବାର୍ଷିକୋତ୍ସବ

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଞ୍ଜୁରୀ ଶାରଦା ବିଦ୍ୟାମନ୍ଦିର ଚତୁର୍ଥ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଗୁରୁଜୀ ନିର୍ମଳ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ରଜଣିତ ସରପଞ୍ଚ ସୁଜାତା ସାହୁ ଉଦଘାଟନ କରିଥିଲେ । ଏଥିରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି ମୁଖ୍ୟଅତିଥି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଧାକର ଦାଶ ମୁଖ୍ୟବକ୍ତା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଫକୀର ଚରଣ ଧଳ ଓ ବିଦ୍ୟାମନ୍ଦିର ପରିଚାଳନା କମିଟି ସଦସ୍ୟ ତାରାକାନ୍ତ ରାଉତ ଯୋଗଦେଇ ମୂଲ୍ୟବୋଧ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ କମ୍ପୁଟର ଶିକ୍ଷା ପ୍ରତି ପ୍ରତ୍ୟେକ ଛାତ୍ରଛାତ୍ରୀ ଆଗ୍ରହୀ ହେବା ଆବଶ୍ୟକ ବୋଲି ମତପୋଷଣ କରିଥିଲେ । ଗୁରୁମା ଦମୟନ୍ତୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ମୁଖପତ୍ର ‘ଶାରଦା ଶ୍ରୀ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ବିଦ୍ୟାମନ୍ଦିରର ଶୈଖିକ ଓ ସହଶୈଖିକ କାର୍ଯ୍ୟକ୍ରମର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଗୁରୁମା ଶୁଶ୍ରୀ ସମୀକ୍ଷା ସେନାପତିଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ପବନ କୁମାର ନାୟକ ଅତିଥି ପରିଚୟ ଓ ଗୁରୁମା ଜ୍ୟୋତିରାଣୀ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ । ଉତ୍ôସବ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗୁରୁମା ଦମୟନ୍ତୀ ଦାସ, ପ୍ରଭାତୀ ବାହାଲିଆ, ସଶ୍ମିତା ମହାନ୍ତି, ସବିତା ରାଉତ, ଇପ୍ସିତା ବିଶ୍ୱାଳ, ଲିଳାବତୀ ମଲ୍ଲିକ, ଲିଜା ସାମଲ, ଗୁରୁଜୀ ଚନ୍ଦନ ସ୍ୱାଇଁ, ଦେବେନ୍ଦ୍ର ଜେନା, ସୁଶାନ୍ତ କୁମାର ସେନାପତି, ସନ୍ତୋଷ ପ୍ରଧାନ, ସୁଶାନ୍ତ ପଣ୍ଡା, କେଶବ ଚନ୍ଦ୍ର ସେଠୀ, ରତ୍ନାକର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।