Odiapua.com

ମଞ୍ଜୁରୀରୋଡ ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ସେମିରେ ବାଲେଶ୍ୱର ମର୍ଣ୍ଣିଂଷ୍ଟାର ଓ କେନ୍ଦ୍ରାପଡା ଜି.ସି.ସି ଏକାଦଶ

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ମଞ୍ଜୁରୀରୋଡ ଡାକ୍ତରଖାନା କ୍ରିକେଟ ପଡିଆରେ ୩୦ତମ ବିମ୍ବାଧର ସାହୁ ମେମୋରିଆଲ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟଶୁକ୍ରବାର ଉଦଘାଟିତ ହୋଇଯାଇଛି । ମହାବୀର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟଅତିଥି ସ୍ଥାନୀୟ ମେଡିକାଲ ଅଫିସର ଡାକ୍ତର ରଶ୍ମିରଞ୍ଜନ ସାହୁ ଉଦଘାଟନ କରିଥିଲେ । ମହାବୀର କ୍ଲବ ସଭାପତି ଗୋପିନାଥ ନାୟକ, ଉପସଭାପତି ଲକ୍ଷ୍ମଣ ସେନାପତି, ସମ୍ପାଦକ ଧନେଶ୍ୱର ସ୍ୱାଇଁ, ସହସମ୍ପାଦକ କରୁଣାକର ଖଣ୍ଡାଇ, ଉପଦେଷ୍ଟା ଅବସରପ୍ରାପ୍ତ ଅଧ୍ୟାପକ ଡ. ଶଶଧର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ବାଲେଶ୍ୱର ମର୍ଣ୍ଣିଂଷ୍ଟାର ଏକାଦଶ ଓ କଟକ ଭଦ୍ରକ ଜେ.ସି.ସି. ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜେ.ସି.ସି. ଏକାଦଶ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୧୮.୩ ଓଭରରେ ସମସ୍ତ ଉଇକେଟ ହରାଇ ୯୫ ରନ ସ୍କୋର କରିଥିଲା । ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ ଡଲଫିନ ଦାସ ଓ ଧିରଜ ବେହେରା ପ୍ରତ୍ୟେକ ୩୩ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ରାଜୀବ ନାୟକ ୪ ଓଭର ୨୧ ରନ ବିନିମୟରେ ୬ ଉଇକେଟ ଓ ପ୍ରମେନ୍ଦୁ ବେହେରା ୩ ଓଭରରେ ୧୭ ରନ ଦେଇ ୨ଉଇକେଟ ହାସଲ କରିଥିଲେ । ଜବାବରେ ମର୍ଣ୍ଣିଂଷ୍ଟାର ଏକାଦଶ ୧୩ ଓଭରରେ ୩ ଉଇକେଟ ହରାଇ ୯୯ ରନ ହାସଲ କରି ବିଜୟୀ ହୋଇ ସେମିରେ ପ୍ରବେଶ କରିଥିଲା । ଦଳ ପକ୍ଷରୁ ଗୁରୁ ଦୀପନ ଜେନା ୩୪ ରନ ଓ ଦିବ୍ୟଶକ୍ତି ଚକ୍ରବର୍ତ୍ତି ୨୨ ଓ ଅବିନାଶ ନାୟକ ହାସଲ କରିଥିଲେ ।

ପ୍ରତିପକ୍ଷ ବୋଲର ଅଙ୍କିତ ଦାଶ ୨ ଉଇକେଟ ଓ ଅଂଶୁମାନ ମହାନ୍ତି ଗୋଟିଏ ଉଇକେଟ ହାସଲ କରିଥିଲେ । ରାଜୀବ ନାୟକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଶନିବାର ଅନୁଷ୍ଠିତ ୨ୟ କ୍ୱାଟର ଫାଇନାଲ ମ୍ୟାଚ ଆର.ସି.ସି ୟଙ୍ଗଷ୍ଟାର କଟକ ଓ ଜି.ସି.ସି କେନ୍ଦ୍ରାପଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆର.ସି.ସି. ଏକାଦଶ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୪୨ ରନ ସ୍କୋର କରିଥିଲା । ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ ଅଶ୍ୱନୀ ଖଟେଇ ୭୦ ଓ ଆଶିଷ ନାଥ ୩୫ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ଶୁଭମ୍ ବିଶି ୪ ଓଭର ୧୧ ରନ ବିନିମୟରେ ୨ ଉଇକେଟ ହାସଲ କରିଥିଲେ । ଜବାବରେ ଜି.ସି.ସି ଏକାଦଶ ୧୩.୨ ଓଭରରେ ୫ ଉଇକେଟ ହରାଇ ୧୪୩ ରନ ହାସଲ କରି ବିଜୟୀ ହୋଇ ସେମିରେ ପ୍ରବେଶ କରିଥିଲା । ଦଳ ପକ୍ଷରୁ ଓମକାର ପ୍ରତାପ ସିଂ ୫୫ ରନ ଓ ନୟନ ଗୁପ୍ତା ୩୩ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ସତ୍ୟପ୍ରକାଶ ସାମଲ ୨ ଓଭର ବୋଲିଂ କରି ୧୪ ରନ ଦେଇ ଗୋଟିଏ ଉଇକେଟ ହାସଲ କରିଥିଲେ । ଓମକାର ପ୍ରତାପ ସିଂ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅମ୍ପାୟର ଚିନ୍ମୟ ସେନାପତି ଓ ନରେନ୍ଦ୍ର ଜେନା ମ୍ୟାଚ ପରିଚାଳନା କରିଥିଲେ । ଅଜୟ ବାରିକ ଓ ସନ୍ତୋଷ ଖଣ୍ଡାଇ ସ୍କୋରର, ପ୍ରତ୍ୟୁଷ ଓ ନାଗା ଧାରାବିବରଣୀ ପ୍ରଦାନ କରିଥିଲେ । ବିଜୟ ଶତପଥି ମ୍ୟାଚ ରେପରୀ ଦାଇତ୍ୱ ତୁଲାଇଥିଲେ ।