Odiapua.com

ମଙ୍ଗୁଲି ବିଦ୍ୟାଳୟର ଆଦର୍ଶ ପ୍ରଧାନଶିକ୍ଷକ ରମାକାନ୍ତ ରାଉତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଛୟାଳସିଂହ ପଂଚାୟତ ତଥା ଓଡଙ୍ଗ ଆଂଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ମଙ୍ଗୁଲି ସରକାରୀ ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନଶିକ୍ଷକ ରମାକାନ୍ତ ରାଉତ୍ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ତିହିଡି ପ୍ରାଣୀ ଚିକିତ୍ସା ଅଧିକାରୀ ନିରାକାର ଜେନାଙ୍କ ସଭାପତିତ୍ୱ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁକାନ୍ତ କୁମାର ବେହେରାଙ୍କ ଅତିଥି ପରିଚୟ ଓ ମଂଚ ସଂଚାଳନରେ ମୁଖ୍ୟଅତିଥି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ , ମୁଖ୍ୟବକ୍ତା ବନ୍ତ ଆଂଚଳିକ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ସ୍ଥାନୀୟ ସରପଂଚ ସତ୍ୟଭାମା ଧଳ, ସମିତିସଭ୍ୟା ନିରୂପମା ରାଉତ୍‌,ଓଡଙ୍ଗ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ପରମେଶ୍ୱର ପୃଷ୍ଟି,ସମାଜସେବୀ ସନ୍ତୋଷ ନାୟକ, ବନ୍ତ ପ୍ରାଥମିକ ନିଖିଳ ଉତ୍କଳ ସଂଘ ସଭାପତି ଧର୍ମେନ୍ଦ୍ର ନାରାୟଣ ଜେନା, ଚାରିତିରା କାଜିପୋଖରୀ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ତପଶ୍ୱନୀ ପହି, ପରିଚାଳନା କମିଟିର ସଭାପତି ହରେକୃଷ୍ଣ ପରିଡ଼ା, ୱାର୍ଡ ସଭ୍ୟା ବୀଣାପାଣି ଘଡାଇ , ପ୍ରମୁଖ ଅତିଥି ଯୋଗଦେଇ ଅବସର ନେଉଥିବା ଆଦର୍ଶ ପ୍ରଧାନଶିକ୍ଷକ ରମାକାନ୍ତ ରାଉତ୍ ଜଣେ ଉଚ୍ଚ କୋଟୀର ଶିକ୍ଷାଦାନ କରୁଥିବା ଆଦର୍ଶ ଶିକ୍ଷକ ଏହା ସହିତ ତାଙ୍କ ଶିକ୍ଷକତା ଜୀବନରେ ତାଙ୍କ ଶିକ୍ଷାଦାନରେ ଅନେକ ଛାତ୍ର ଛାତ୍ରୀ ବର୍ତମାନ ବହୁ ଉଚ୍ଚ ପଦାଧିକାରୀରେ ଅବସ୍ଥିତ ଅଛନ୍ତି ବୋଲି କହିଥିଲେ। ଏହା ସହିତ ଏହି ବିଦ୍ୟାଳୟରେ ୧୨ ବର୍ଷର ଶିକ୍ଷାଦାନ ସମୟରେ ଏହି ସ୍କୁଲର ଉନ୍ନତି ଦିଗରେ ଅତୁଳନୀୟ ଅବଦାନ ଅଛି ବୋଲି ମଧ୍ୟ କହିଥିଲେ। ପ୍ରାରମ୍ଭରେ ଅତିଥି ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଛାତ୍ର ଛାତ୍ରୀଙ୍କୁ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶିକ୍ଷୟତ୍ରି ମହାମାୟା ଜେନା ଧନ୍ୟବାଦ୍ ଅର୍ପଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅମର କୁମାର ସ୍ୱାଇଁ,ମାନପତ୍ର ପଠନ କରିଥିଲେ। ସହଯୋଗ ଶିକ୍ଷୟତ୍ରୀ ବିଦ୍ୟୁତପ୍ରଭା ମଲ୍ଲିକ, ଅନୂଷୟା ଜେନା , ପ୍ରଫୁଲ୍ଲ କୁମାର ରାଉତ୍‌, ଚିନ୍ତାମଣି ଘଡାଇ, ଭବାନୀ ଶଙ୍କର ବିଶ୍ୱାଳ, ଜ୍ୟୋତିକିଙ୍କର ରାଉତ୍‌, ଅନନ୍ତ ନାରାୟଣ ଦାଶ, ଶମ୍ଭୁନାଥ ପୁହାଣ, ହରିହର ପାଣିଗ୍ରାହୀ, ଲମ୍ବୋଦର ପରିଡ଼ା, ବିଶ୍ୱନାଥ ବିଶ୍ୱାଳ, ଲିଟୁ ରାଉତ୍‌, କୈଳାଶ ରାଉତ୍‌, ଗଦାଧର ପରିଡା, ରବୀନ୍ଦ୍ର ଘଡାଇ, ପ୍ରମୋଦ କୁମାର ରାଉତ୍‌, ଗୋଲକ ଚନ୍ଦ୍ର ଘଡାଇ, ରଘୁନାଥ ବିଶ୍ୱାଳ ସମେତ ଆଂଚଳିକ ସାଧନ କେନ୍ଦ୍ର ଅଧିନରେ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ସମେତ, ପରିଚାଳନା କମିଟି ସଦସ୍ୟ ସଦସ୍ୟା,ଅଭିଭାବକ, ମଙ୍ଗୁଲି ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।