Odiapua.com

ମଙ୍ଗୁଲି ଗ୍ରାମର ସଂଯୋଗ ରାସ୍ତା ଶୋଚନୀୟ ମରାମତି ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି

ଭଦ୍ରକ, ୧୦-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ସର୍ବାଗ୍ରେ ଗ୍ରାମଂଚଳ ରେ ବସବାସ କରୁଥିବା ବ୍ୟକ୍ତିଙ୍କର ଯାତାୟତର ସୁବିଧା ପାଇଁ ପକ୍କା ରାସ୍ତା ନିର୍ମାଣ କରିବାର ଯୋଜନା କରିଛନ୍ତି।ହେଲେ ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଗ୍ରାମର ବ୍ରାହ୍ମଣ ସାହି ଠାରୁ ଆର-ଡି-ରୋଡ୍ ଏବଂ ବ୍ରାହ୍ମଣ ସାହି ଠାରୁ ପି-ଏମ-ଜି-ଏସ୍‌-ୱାଇ- ରାସ୍ତା ର ମରାମତି ଅଭାବରୁ ଏବେ ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡିଛି। ରାସ୍ତାରେ ପାଣି ଜମି ରହିବା ଫଳରେ ପିଲା ମାନଙ୍କୁ ଠାରୁ ଗ୍ରାମବାସୀ ବୃଦ୍ଧ ବୃଦ୍ଧା ମାନେ ଯାତାୟତରେ ନାନା ସମସ୍ୟାରେ ସମ୍ମୁଖିନ ହେଉଥିବାର ଅଭିଯୋଗ କରୁଛନ୍ତି। ଏପରିକି ଜରୁରୀକାଳୀନ ପରିସ୍ଥିତିରେ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡିଟିଏ ଆସିବାରେ ନାନା ସମସ୍ୟା ଦେଖାଯାିଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା କିମ୍ବା ବିଭିନ୍ନ ଜରୁରୀ କାର୍ଯ୍ୟରେ ଲୋକମାନେ ଏହି ରାସ୍ତା ଦେଇ ବ୍ଲକ ସଦର ମହକୁମା କିମ୍ବା ଜିଲା ମହକୁମାକୁ ଯାତାୟତ କରିପାରୁନାହାନ୍ତି। ବହୁ ବର୍ଷ ହେବ ଉକ୍ତ ରାସ୍ତା ମରାମତି ହୋଇନଥିବାରୁ ଏହା ଏବେ ସେଥିରେ ଖାଲକମାରେ ପରିଣତ ହୋଇ ବଷୟାଜଳ ଜମିରହୁଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।