Odiapua.com

ମକର ସଂକ୍ରାନ୍ତି ରେ ସମସ୍ତ ଦେବାଦେବୀ ପୀଠ ରେ ଶତାଧିକ ଭକ୍ତଙ୍କ ସମାଗମ

ବାଲିଗୁଡା, ୧୫/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ମକର ସଂକ୍ରାନ୍ତି ମହୋତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ପାଟଖଣ୍ଡାଙ୍କ ପୀଠ ସମେତ ସମସ୍ତ ଦେବାଦେବୀ ପୀଠରେ ଦର୍ଶନ ଲାଗି ଶତାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ବିଧି ଅନୁଯାୟୀ, ଭୋର ୫ଟା ୩୦ ମିନିଟ୍‌ରୁ ପୂଜାର୍ଚ୍ଚନା ଆରମ୍ଭ ହୋଇ ସକାଳ ୬ଟା ୨୦ମିନିଟ୍‌ରେ ସାହାଣ ମେଲା ହୋଇଥିଲା। ବିଭିନ୍ନ ମନ୍ଦିରରେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଜିଲା ତଥା ଜିଲା ବାହାରୁ ଆସିଥିବା ଭକ୍ତମାନେ ମା’ ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ।

ମକର ସଂକ୍ରାନ୍ତି ଅବସରରେ ପ୍ରତ୍ୟେକ ହିନ୍ଦୁ ପରିବାରରେ ବିଶେଷ କରି ତେଲୁଗୁ ସମ୍ପ୍ରଦାୟ ପରିବାରରେ ଯାକଜକମରେ ପାଳନ କରିବା ସହ ମକର ଚାଉଳ ପିଠା ଓ ଖିରି ପ୍ରସ୍ତୁତ କରି ପୂଜା କରିବା ପରେ ସେବନ କରିଥିଲେ। ପରେ ପରେ କେତେକ ସ୍ଥାନରେ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତ ଙ୍କ ମଧ୍ୟରେ ଗୁଡ଼ି ଉଡ଼ା ପର୍ବ ଆୟୋଜନ ହୋଇଥିଲା। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବାଲିଗୁଡା ପୋଲିସ ପକ୍ଷରୁ ପ୍ରତ୍ୟେକ ସ୍ଥାନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।