Odiapua.com

ମକର ସଂକ୍ରାନ୍ତି ପାଇଁ ବାବା ବରୁଣେଶ୍ୱର ପୀଠରେ ପ୍ରସ୍ତୁତି ଶେଷ

ଯାଜପୁର୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆସନ୍ତା କାଲି ପବିତ୍ର ମକର ସଂକ୍ରାନ୍ତି ପାଇଁ ଯାଜପୁର ସହର ଓ ବିଂଝାରପୁରର ଅରେଇ ବାବା ବରୁଣେଶ୍ୱରଙ୍କ ପୀଠ ଚଳଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ ବାବା ବରୁଣେଶ୍ୱର ପୀଠରେ ଏକ ସ୍ୱତନ୍ତ୍ର ପୂଜା ହେବା ସହ ଦିର୍ଘ ୭ ଦିନ ଏକ ବିରାଟ ମେଳାର ଆୟୋଜନ ହେବା ସହ ଉକ୍ତ ପୀଠରେ ଜିଲ୍ଲା ଓ ପଡୋଶି ଜିଲ୍ଲାରୁ ଲକ୍ଷାଧିକ ଜନସମୁଦ୍ର ଦେଖାଖିବାକୁ ମିଳିଥାଏ । ଏଥିପାଇଁ ମହୋତ୍ସବ କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହୋତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମିନା ବଜାର ଓ ଦୋଳୀର ମଜା ଉଠାଇବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଷ୍ଟଲ ପଡିବା ସହିତ ରାଜ୍ୟର ପ୍ରତିଷ୍ଠିତ ଅପେରାମାନଙ୍କ ପକ୍ଷରୁ ଯାତ୍ରା ପରିବେଶିତ ହେବାର ମଧ୍ୟ କାର୍ଯ୍ୟାକ୍ରମ ରହିଛି। ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ସରିଥିବା ବେଳେ ଶାନ୍ତିଶୃଙ୍ଖଳାରେ ମେଳାକୁ ସାରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି।