ପୁରୀ, ୧୯/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଛତିଶାନିଯୋଗର ବୈଠକ ଅନୁଷ୍ଠିତ ହୋଇ ଆଗାମୀ ମକର ସଂକ୍ରାନ୍ତି ପାଇଁ ନୀତି ନିର୍ଘଂଟ କରାଯାଇଥିଲା। ୧୫-୧ ବୁଧବାର ଦ୍ୱାରଫିଟା ରାତି ୩ଟା, ଭିତରଶୋଧ ୩ଟା୩୦, ମଙ୍ଗଳଆଳତୀ ୪ଟା, ମଇଲମ ଓ ତଡପଲାଗି ୪ଟା୩୦, ଅବକାଶ ୫ଟା୩୦, ୬ଟାରେ ରୋଷହୋମ ଓ ଅନ୍ୟାନ୍ୟ ନୀତି ନିର୍ଘଂଟ କରାଯାଇଛି। ଆସନ୍ତା ୨୦ ତାରିଖ ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ ମୁଖ୍ୟତଃ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।