Odiapua.com

ଭୟାବହ ଅଗ୍ନିକାଣ୍ଡ : ୨ ଗୋରୁ ଜୀବନ୍ତ ଦଗ୍ଧ : ସ୍କୁଟି ସହ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଜଳିଗଲା

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଏହି ଜିଲାର ତିହିଡି ତହସିଲ ଅଧୀନସ୍ଥ ପାଳିଆବିନ୍ଧା ଗ୍ରାମପଂଚାୟତ ନାୟକସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ରବିନ୍ଦ୍ର ନାୟକଙ୍କ ଗୁହାଳ ସଂପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଏବଂ ଏହି ଅଗ୍ନିକାଣ୍ଡରେ ଦୁଇଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଗୋଟିଏ ମୋଟର ସାଇକେଲ୍ ମଧ୍ୟ ପୋଡିଯାଇଛି । ଦମକଳ ବାହିନୀ ଆସିବା ପୂର୍ବରୁ ସବୁକିଛି ନଷ୍ଟ ହୋଇଥିବାର ଜଣାଯାଇଛି । ଏପରିକି ଉକ୍ତ ପରିବାର ବର୍ଷକର ସମସ୍ତ ସଂଚିତ ଖାଦ୍ୟଶସ୍ୟ, ଆସବାବ ପତ୍ର ପୋଡି ନଷ୍ଟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ କରୋନା ମହାମାରୀ ସମୟରେ ଲୋକେ ବଂଚିବାକୁ ସଂଘର୍ଷ କରୁଥିବାବେଳେ ଏଭଳି ଅଭାବନୀୟ ଘଟଣା ରବିନ୍ଦ୍ରଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଅଗ୍ନିକାଣ୍ଡ କାରଣ ସ୍ପଷ୍ଟ ଭାବେ ଜଣାପଡିନଥିବାବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା କରିବାକୁ ସାଧାରଣରେ ଦାବି ହୋଇଛି ।