Odiapua.com

ଭୟଙ୍କର ରୂପରେ ଆସୁଛନ୍ତି ଅକ୍ଷୟ

ଭୁବନେଶ୍ୱର,୦୪,୦୩,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଅକ୍ଷୟ କୁମାର ଆସୁଛନ୍ତି ଖୁବ୍ ଭୟଙ୍କର ରୂପରେ।ତାଙ୍କର ଏକ ଅପକମିଂ ଫିଲ୍ମ 2.0ରେ ଏକ ଭିର୍ଣ୍ଣ ତଥା ଭୟଙ୍କର ରୂପରେ ପରଦାରେ ଅକ୍ଷୟ ଦେଖା ଦେବେ।ଫିଲ୍ମଟିକୁ ରୋବର୍ଟ-୨ ମଧ୍ୟ କୁହାଯାଉଛି।ଅକ୍ଷୟ କୁମାରଙ୍କ ବ୍ୟତିତ ତାମିଲ ସୁପର ଷ୍ଟାର ରଜନୀକାନ୍ତ ଏବଂ ଆମି ଜ୍ୟାକ୍ସନ ଏଥିରେ ପ୍ରମୁଖ ଭୂମିକାରେ ଦେଖାଦେବେ।ରଜନୀକାନ୍ତ ଏବଂ ଏଶୌର୍ଯ୍ୟା ରାୟ ଅଭିନୀତ ୨୦୧୦ର ସୁପର ହିଟ ତାମିଲ ଫିଲ୍ମ ଏନଥିରନ ଫିଲ୍ମର ଏହା ସିକ୍ୟୁଲ ବୋଲି ଜଣାପଡ଼ିଛି।ଏନଥିରନ ମଧ୍ୟ ହିନ୍ଦିରେ ରୋବର୍ଟ ନାମରେ ରିଳିଜ୍ ହୋଇଥିଲା। ତେବେ ଫିଲ୍ମଟିର ବିଶେଷତା ହେଲା ଏହା ପ୍ରଥମ ଭାରତୀୟ ଫିଲ୍ମ ଯାହା ସିଧା ସଳଖ ଥ୍ରୀ”ଡି ରେ ସୁଟିଂ ହେବ।ଅବଶ୍ୟ ଦର୍ଶକଙ୍କୁ ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।କାରଣ ଫିଲ୍ମିଟିର ରିଳିଜ୍ ତାରିଖ ୧୮ ଅକ୍ଟୋବର,୨୦୧୮ ରଖାଯାଇଛି।ଉଭୟ ହିନ୍ଦି ଏବଂ ତାମିଲ ଭାଷାରେ ଫିଲ୍ମଟି ରିଳିଜ୍ ହେବ।ଏଏ ଫିଲ୍ମସ ଏବଂ ଗ୍ଲୋବାଲ ସିନେମା ଏହାର ବିତରଣ ଦାୟିତ୍ୱ ନେଇଛନ୍ତି।ଏସ. ଶଙ୍କର କାହାଣୀର ଲେଖକ ତଥା ଫିଲ୍ମଟିର ନିର୍ଦେଶନା ଦେଇଥିବା ବେଳେ ଅଲିରାଜାହ ସୁବାସକରଣ ପ୍ରଡ୍ୟୁସର ଅଛନ୍ତି।