Odiapua.com

ଭଡ଼ା ଘରେ ଭଡା ପୋଷ୍ଟମାଷ୍ଟରରେ ଚାଲିଛି ପୋଷ୍ଟ ଅଫିସ୍‌

ନୟାଗଡ଼ ୧୮/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଗ୍ରାମାଞ୍ଚଳରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ପୋଷ୍ଟ ଅଫିସ ଏକ ପ୍ରମୁଖ କାର୍ଯ୍ୟାଳୟ। ସେଥିପାଇଁ ପ୍ରତି ଗ୍ରାମଞ୍ଚାୟତ ପରିସରରେ କାର୍ଯ୍ୟାଳୟ ଖୋଲି ଜଣେ ପୋଷ୍ଟମାଷ୍ଟର ନିଯୁକ୍ତି ଦେଇଥାନ୍ତି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଏକ ଆଦିବାସୀ ବହୁଳ ମାଳ ଅଧ୍ୟୁଷିତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଏକ ପଞ୍ଚାୟତ। ଏହି ପଞ୍ଚାୟତ ୧୮ ଗୋଟି ରାଜସ୍ୱ ମୈାଜା ଓ ୪ ଗୋଟି ପଡାଗ୍ରାମକୁ ନେଇ ଗଠିତ। କିନ୍ତୁ ଏହି ଗ୍ରାମପଞ୍ଚାୟତ ର କେନ୍ଦ୍ରସରକାର ଙ୍କ ଦ୍ୱାରା ପରିଚାଳିତ ପୋଷ୍ଟ ଅଫିସ୍ ଟି ଦୀର୍ଘ ବର୍ଷଧରି ଭଡା ଘରେ ଓ ଭଡାଟିଆ ପୋଷ୍ଟମାଷ୍ଟର ଙ୍କୁ ନେଇ ଚାଲିଛି। ଯାହାଫଳରେ ମାଳ ଅଧ୍ୟୁଷିତ ବନ୍ଧମୁଣ୍ଡା ପଞ୍ଚାୟତରେ ଲୋକମାନେ ପୋଷ୍ଟ ଅଫିସ ଠାରୁ ମିଳୁଥିବା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅକ୍ଷୟ ପାତ୍ର ନାମକ ଜଣେ କର୍ମଚାରୀ ପୋଷ୍ଟମାଷ୍ଟର ଭାବେ ବନ୍ଧମୁଣ୍ଡା ପୋଷ୍ଟ ଅଫିସରେ ନିଯୁକ୍ତି ପାଇଛନ୍ତି। ନିଜେ କେନ୍ଦ୍ର ସରକାରଙ୍କ ଠାରୁ ଦରମା ନେଉଥିଲେ ମଧ୍ୟ ଔଷଧ ଆଦି ବ୍ୟବସାୟରେ ରଣପୁର ରେ ରହି କଟକ ଭୁବନେଶ୍ୱର ଓଡିଶା ସାରା ଘୁରି ବୁଲୁଥାନ୍ତି। ନିଜେ କେନ୍ଦ୍ର ସରକାରଙ୍କ ଠାରୁ ପାଉଥିବା ଦରମାରୁ ଅଳ୍ପ କିଛି ଟଙ୍କା ଭଡାରେ କାର୍ଯ୍ୟ କରୁଥିବା ପୋଷ୍ଟମାଷ୍ଟର କୁ ଦେଇଥାନ୍ତି। ପଞ୍ଚାୟତ କାର୍ଯ୍ୟାଳୟରେ ବଳକା ଘର ଥିବା ସତ୍ୱେ ଭଡାରେ ପୋଷ୍ଟ ଅଫିସ ଚାଲିବା ଓ ପୋଷ୍ଟମାଷ୍ଟର ନିଜେ କାର୍ଯ୍ୟନକରି ଭଡାରେ ଆଉଜଣେ ପୋଷ୍ଟମାଷ୍ଟର ଙ୍କୁ ନିଯୁକ୍ତି ଦେବା ପଞ୍ଚାୟତବାସୀ ଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏ ନେଇ ପୋଷ୍ଟମାଷ୍ଟର ଅକ୍ଷୟ ପାତ୍ର ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ନୟାଗଡ ପୋଷ୍ଟାଲ ନୀରିକ୍ଷକ ବିଭୁତି ଭୁଷଣ ପଣ୍ଡା ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଆମ୍ଭର ନିୟମ ଅନୁଯାଇ ଯୋଉଁ ଗ୍ରାମରେ ପୋଷ୍ଟ ଅଫିସ ସେହିଗ୍ରାମରେ ଖୋଲିବ। ବନ୍ଧମୁଣ୍ଡା ପଞ୍ଚାୟତ ହୋଇଥିଲେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ ଶଙ୍ଖଯୋଡି ଠାରେ ରହିଅଛି। ତେଣୁ ପଞ୍ଚାୟତ କାର୍ଯ୍ୟାଳୟକୁ ପୋଷ୍ଟ ଅଫିସ ସ୍ତାନାନ୍ତର ହୋଇପାରୁନାହିଁ। ନିୟମ ଅନୁଯାଇ ପୋଷ୍ଟମାଷ୍ଟର ନିଜସ୍ୱ ଉଦ୍ୟମରେ ଭଡାରେ ନିଜ ମନଇଚ୍ଛା କାର୍ଯ୍ୟାଳୟ ଖୋଲିପାରିବେ। ପୋଷ୍ଟମାଷ୍ଟର ଅକ୍ଷୟ ପାତ୍ର ନିଜେ କାର୍ଯ୍ୟନକରି ଭଡାରେ ପୋଷ୍ଟମାଷ୍ଟର ରଖି କାର୍ଯ୍ୟ କରାଉଥିବା ଆମ୍ଭ ପାଖରେ ଖବର ନଥିଲା। ଏବେ ବନ୍ଧମୁଣ୍ଡାରୁ ତାଙ୍କୁ ବଦଳି କରାଯାଇଅଛି। ନୂଆ ଜଣେ ମହିଳା କର୍ମଚାରୀ ନିଯୁକ୍ତି ଦିଆଯାଇଛି। ସେ ଯଦି କାର୍ଯ୍ୟନକରି ଭଡା ପୋଷ୍ଟମାଷ୍ଟର ଦ୍ୱାରା କାର୍ଯ୍ୟ କରାଉଛନ୍ତି ତାହାଲେ ଲିଖିତ ଅଭିଯୋଗ ପାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଭାବରେ ଶାରଙ୍ଗଧରପୁର ପୋଷ୍ଟ ଅଫିସର ଅବସ୍ଥା। ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।