Odiapua.com

ଭ୍ରଷ୍ଟାଚାର ଅଭିଯୋଗ: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ୫ ବର୍ଷ ଜେଲ!

ଭୁବନେଶ୍ୱର/ଢାକା;୯,ପ୍ରେବ୍ରୁୟାରୀ,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ସମୟର ଚକ୍ରରେ ସମସ୍ତେ ବନ୍ଧା।ସମୟ କେତେବେଳେ ଭିକାରୀକୁ ସମ୍ରାଟ କରିଦେବ ତ’ କେତେବେଳେ ପୁଣି ସମ୍ରାଟକୁ ଭିକାରୀ।ଏପରି ଦେଖିବାକୁ ମିଳିଛି ବାଙ୍ଗଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଙ୍ଗଲାଦେଶ ନେସନାଲିଷ୍ଟ ପାର୍ଟି(ବିଏନପି)ର ଅଧକ୍ଷା ଖାଲିଦା ଜିଆଙ୍କ କ୍ଷେତ୍ରରେ।ଏକ ଭ୍ରଷ୍ଟାଚାର ମାମଲାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ତାଙ୍କୁ ୫ ବର୍ଷ କାରା-ଦଣ୍ଡାଦେଶ ଶୁଣାଇଛନ୍ତି।ଖାଲିଦାଙ୍କ ସମେତ ତାଙ୍କ ପୁଅ ତଥା ବିଏନପିର ଉପାଧ୍ୟକ୍ଷ ତାରିକ୍ ରହମାନ ଏବଂ ଅନ୍ୟ ୪ ଜଣଙ୍କୁ ମଧ୍ୟ ଦୋଷୀ ପାଇ କୋର୍ଟ ସେମାନଙ୍କୁ ୧୦-୧୦ ବର୍ଷ ଲେଖାଏଁ କାରାଦଣ୍ଡ ଆଦେଶ ଦେଇଛନ୍ତି।୨୦୦୮ ମସିହାରେ ଖାଲିଦା ଜିଆଙ୍କ ଉପରେ “ଜିଆ ଅନାଥାଳୟ ନ୍ୟାସ” ନାମରେ ୨.୫୨ଲକ୍ଷ ଡଲାର ଭ୍ରଷ୍ଟାଚାର କରିଥିବା ଅଭିଯୋଗ ହୋଇଥିଲା।ଏବେ କୋର୍ଟ ସେହି ଭ୍ରଷ୍ଟାଚାର ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି।୭୨ ବର୍ଷୀୟା ଖାଲିଦା ଜିଆ ଏଣିକି ଆଉ ସାଧାରଣ ନିର୍ବାଚନ ଲଢ଼ି ପାରିବେ ନାହିଁ।