Odiapua.com

ଭୋଲଟି ନେଟ ଓ୍ବାର୍କ ଉତ୍ତମ ସେବା ଯୋଗଇବା ନାମରେ ଜିଓ କମ୍ପାନି ଗ୍ରାହକମାନଙ୍କୁ ଠକୁଛି

ମାଲକାନଗିରି,୯ା୯ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଭୋଲଟି ନେଟଓ୍ବାର୍କ ଉତମ ସେବା ଯୋଗାଇବା ନାମରେ ହଜାର ହଜାର ସଂଖ୍ୟାରେ ଗ୍ରାହକ ମାନଙ୍କୁ ଜିଓ ମାବୋଇଲ ନେଟଓ୍ବାର୍କ ଲୁୁଟିଚାଲିଥିବାର ଗ୍ରାହକ ମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଜିଓ ମୋବାଇଲ ନେଟଓ୍ବାର୍କ ପ୍ରଥମେ ପ୍ରବେଶ କରିଥିବା ବେଳେ ଗ୍ରାହକ ମାନଙ୍କୁ ଉତମ ସେବା ଯୋଗାଇ ଦେଉଥିବାରୁ ଏହି ଜିଓ ସିମ ନେଟଓ୍ବାର୍କ ଜିଲ୍ଲାର ପ୍ରାୟ ୧ଲକ୍ଷ ୨୦ହଜାରରୁ ଉର୍ଦ୍ଦ ଗ୍ରାହକ ବ୍ୟବହାର ଆରମ୍ଭ କରିଦେଇଥିଲେ । ଜିଓ କମ୍ପାନୀ ପ୍ରତିଦିନ ପ୍ରାୟ ଜିଲ୍ଲାରୁ ୫୦୦ ଗ୍ରାହକ ସଂଗ୍ରହ କରୁଛନ୍ତି । ହେଲେ ଠିକଭାବେ ସେବା ଯୋଗାଇ ଦେଉନାହଁନ୍ତି ।ବିଶେଷକରି ଠିକ ଭାବେ ଫୋନ ଓ ନେଟ ଲାଗୁନଥିବା ରୁ ଗ୍ରାହକ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଜିଲ୍ଲାରୁ ଜିଓ ମୋବାଇଲ କମ୍ପାନି ମାସକୁ ପ୍ରାୟ ଏକ କୋଟିଟଙ୍କାର ଲାଭ ଉଠାଉଥିବା ବେଳେ ନେଟଓ୍ବାର୍କ ପ୍ରତି କୌଣସି ଧ୍ୟାନ ଦେଉନାହିଁ । କରୋନା ମାହାମାରି ସମୟରେ ଅନଲାଇନରେ ଶିକ୍ଷା ଠାରୁ ଆରମ୍ଭ କରି ସମସ୍ତପ୍ରକାର ସରକାରି ଓ ବେସରକାରି କାର୍ଯ୍ୟ କରାଯାଉଥିବା ବେଳେ ବୋମାଇଲ ଫୋନ ନେଟଓ୍ବାର୍କ ଠିକ ଭାବେ ଲାଗୁନଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୁଷ୍ଠ ପ୍ରକାଶ ପାଇଛି,ଏହି ଅସୁବିଧା ସଂପର୍କରେ ଭୂବନେଶ୍ୱର ଫରଚ୍ୟୁନ ଟାଓ୍ୟାର ଜିଓ କାର୍ଯ୍ୟାଳୟକୁ ଗ୍ରାହକ ମାନେ ଯୋଗା ଯୋଗ କରିଥିଲେ ମଧ୍ୟ ବ୍ୟବସ୍ଥାରେ କୌଣସି ସୁଧାର ଆସିନାହିଁ । ବିଶେଷ କରି ଜିଲ୍ଲାସଦର ମହକୁମା ଠାରେ ସବୁ ସମୟରେ ଏହି ଠିକ ଭାବେ ନେଟଓ୍ବାର୍କ ସେବା ମିଳିପାରୁନଥିବା ବେଳେ ଗାଁ ଗହଳର ଗ୍ରାହକ ମାନଙ୍କ ଅବସ୍ଥା କଥା କହିଲେ ନସରେ  , ତୁରନ୍ତ ଜିଓ ମୋବାଇଲ ନେଟଓ୍ବାର୍କ ସଜଡା ନଗଲେ ଆଗାମି ଦିନରେ ଗ୍ରାହକମାନେ ଆନ୍ଦୋଳନର ପନ୍ଥାଅବଲମ୍ବନ କରି ଜିଓ ସିମ ବଦଳାଇ ଦେବେ ବୋଲି ଜିଲ୍ଲାର କିଛି ଗ୍ରାହକ ଓ ସଚେତନ ନାଗରିକ କହିଛନ୍ତି ।