Odiapua.com

ଭୋଡାର ନୂଆ ଅଫର

ନୂଆଦିଲ୍ଲୀ ୧୦/୯,(ଓଡ଼ିଆ ପୁଅ ପି ନାଏକ):  ଭାରତୀୟ ଟେଲିକମ୍ ମାର୍କେଟରେ ଏବେ ରିଚାର୍ଜ ପ୍ଲାନକୁ ନେଇ ଯୁଦ୍ଧ ଆରମ୍ଭ ହୋଇଯାଇଛି ଯେଉଁଥିରେ ସମସ୍ତ ଦିଗ୍ଗଜ ଦୂରସଞ୍ଚାର କମ୍ପାନୀ ନିଜର ଡାଟା ପ୍ୟାକ୍ ଆରମ୍ଭ କରିଛି। ଏହା ସହିତ ସରକାରୀ ଏବଂ ବେସରକାରୀ ଟେଳିକମ୍ କମ୍ପାନୀ ଗ୍ରାହକଙ୍କୁ ଲାଭ ଯୋଗାଇବା ପାଇଁ ଡାଟା ପ୍ଲାନରେ ଅଧିକ ଡାଟା,ଏସଏମଏସ ଏବଂ ଅନଲିମିଟେଡ କଲ୍ ସୁବିଧା ଦେଉଛି। ଏବେ ଭୋଡ଼ାଫୋନ୍ କମ୍ ଟଙ୍କାରେ ଡାଟା ପ୍ୟାକ୍ ଆରମ୍ଭ କରିଛି ଯାହାର ମୂଲ୍ୟ ୫୯ଟଙ୍କା। ଏହି ପ୍ଲାନ୍ ଦ୍ବାରା ଜିଓର ୫୨ଟଙ୍କାର ରିଚାର୍ଜ ପ୍ୟାକକୁ ଚ୍ୟାଲେଞ୍ଜ ମିଳିବ। ଆସନ୍ତୁ ଜାଣିବା ଭୋଡ଼ାଫୋନର ଏହି ରିଚାର୍ଜ ପ୍ଲାନରେ କେଉଁ ସୁବିଧା ମିଳୁଛି।

ଭୋଡ଼ାଫୋନର ୫୯ଟଙ୍କାର ରିଚାର୍ଜ ପ୍ୟାକରେ ଗ୍ରାହକଙ୍କୁ ପ୍ରତିଦିନ ୧ଜିବି ଡାଟା ମିଳିବ ଏବଂ ଏହାର ବୈଧତା ୭ଦିନ। ଗ୍ରାହକଙ୍କୁ ମୋଟ ୭ଜିବି ଡାଟା ଉପଲବ୍ଧ କରାଯିବ,କିନ୍ତୁ ଏହି ପ୍ଲାନରେ ଅନଲିମିଟେଡ କଲ୍ ଏବଂ ଏସଏମଏସର ସୁବିଧା ମିଳିବ ନାହିଁ। ଏହା ପୂର୍ବରୁ ଭୋଡ଼ାଫୋନ୍ ନିଜ ଗ୍ରାହକଙ୍କ ପାଇଁ ଫିଲ୍ମି ପ୍ଲାନ୍ ଆରମ୍ଭ କରିଥିଲା। ଏହି ପ୍ଲାନର ମୂଲ୍ୟ ୧୬ଟଙ୍କା ଏବଂ ଏଥିରେ କେବଳ ଗୋଟିଏ ଦିନ ପାଇଁ ୧ଜିବି ଡାଟା ଦିଆଯାଉଛି। ଦୂରସଞ୍ଚାର କମ୍ପାନୀ ଜିଓ ନିଜ ଗ୍ରାହକଙ୍କୁ ୫୨ଟଙ୍କାର ରିଚାର୍ଜ ପ୍ୟାକରେ ୧୫୦ଏମବି ଡାଟା ପ୍ରତିଦିନ ଦେଉଛି। ଏହି ପ୍ଲାନରେ ଅନଲିମିଟେଡ କଲ ଏବଂ ଏସଏମଏସର ସୁବିଧା ମିଳିବ। ଏହି ପ୍ୟାକର ବୈଧତା ୭ଦିନ।