Odiapua.com

ଭୋଟ ବର୍ଜନ କଲେ ବାଲିଗୁଡା ବ୍ଲକର ଚାରୋଟି ଗ୍ରାମର ଛଅ ଶହରୁ ଉର୍ଦ୍ଧ୍ବ ଭୋଟର

କନ୍ଧମାଳ ୧୮-୪ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ବାଲିଗୁଡା ବ୍ଳକ ଅନ୍ତର୍ଗତ ବାଟାଗୁଡା ଗ୍ରାମ ପଞ୍ଚାୟତର ବୁଥ୍ ନମ୍ବର ୫୨ ର ଗଙ୍ଗେରୀ ୧୦ ନମ୍ବର ୱାର୍ଡ ଟଙ୍ଗମ ୧୧ ନମ୍ବର ୱାର୍ଡର ଗଙ୍ଗେରୀ ଡୁକ୍ଲାମିଲା ପଲସିମିଲା ଟଙ୍ଗମ ଗ୍ରାମବାସୀ ପ୍ରାୟ ଛଅ ଶହରୁ ଉର୍ଦ୍ଧ୍ବ ଭୋଟର ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିଛନ୍ତି। ଦୀର୍ଘ ୧୯ ବର୍ଷ ହେବ ବିଜେଡି ଦଳକୁ ଭୋଟ୍ ଦେଇ ଆସୁଥିଲେ ମଧ୍ୟ ଗାଁ ରେ ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ଭଳି ବହୁବିଧ ସମସ୍ୟା ରହିଛି ଲୋକଙ୍କୁ ପିଇବା ପାଇଁ ପାଣି ମୁନ୍ଦାଏ ମିଳୁନି ଏଥିରେ ଅତିଷ୍ଠ ହୋଇ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ନିର୍ବାଚନ ଆସିଲେ ନେତା ଭୋଟ୍ ପାଇଁ ଗାଁ କୁ ଯାଆନ୍ତି ନିର୍ବାଚନ ସରିଲେ କୌଣସି ନେତା ଓ ସରକାରୀ ଅଫିସର୍ ଗାଁ କୁ ଯାଉନାହାନ୍ତି ଗାଁ ରେ ବିଜୁଳି ଆଲୁଅ ରାସ୍ତା ଘାଟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନେଇ ବହୁବାର ଗ୍ରାମବାସୀ ପ୍ରଶାସନିକ ଅଧିକାରୀ ବିଧାୟକଙ୍କୁ ଅବଗତ କରିଥିଲେ ମଧ୍ୟ ପ୍ରଶାସନ ନ ଶୁଣିବାରୁ ଗ୍ରାମବାସୀମାନେ ଚରମ ନିଷ୍ପତ୍ତି ନେଇଛନ୍ତି।