Odiapua.com

ଭୋଟ ଗଣତି ପାଇଁ ଧାମନଗର ଏନ୍‌ଏସିରେ ୧୪୪ ଧାରା

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛୁରା ମାଡ଼ ଘଟଣା ନେଇ ଗତ ପୌର ନିର୍ବାଚନ ସମୟରେ ସ୍ଥଗିତ ଥିବା ୬ଟି ବୁଥରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶମତେ ଆଜି ସାନି ମତଦାନ ଗ୍ରହଣ କରାଯାଇଛି। ଆସନ୍ତାକାଲି ଧାମନଗର କଲ୍ୟାଣ ମଣ୍ଡପରେ ଏହାର ଗଣତି ଥିବାରୁ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆଶଙ୍କା କରି ଉପଖଣ୍ଡ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ଧାମନଗର ଏନ୍‌.ଏ.ସି.ରେ ଆଜି ୧୪୪ ଧାରା ଜାରି କରାଯାଇଛି। ଆଜି ୫ ତାରିଖ ମଙ୍ଗଳବାର ରାତ୍ର ୯ ଘଟିକା ଠାରୁ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ଏହି ଆଇନ୍ ବଳରେ ୫ ଜଣ ରୁ ଅଧିକ ଲୋକ ଏକତ୍ର ହେବାକୁ ନିଷେଧ କରାଯିବା ସହ ୪ ଚକିଆ ଘରୋଇ ଯାନବାହନ ଚଳାଚଳକୁ ମଧ୍ୟ ବାରଣ କରାଯାଇଛି। ଏଥି ସହିତ ସେହି ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଅନ୍ୟାଦେଶ ପର୍ଯ୍ୟନ୍ତ ବିଜୟ ଶୋଭାଯାତ୍ରାକୁ ମଧ୍ୟ ନିଷେଧ କରାଯାଇଛି। ସୂଚନାଯୋଗ୍ୟକି ଆଜି ସାନି ମତଦାନ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହିତ ହୋଇଛି। ୭୩.୬୨% ମତଦାନ ହୋଇଛି ସମୁଦାୟ ୫୯୭୯ ଭୋଟରଙ୍କ ମଧ୍ୟରୁ ୪, ୪୦୨ଜଣ ଭୋଟର ମତଦାନ କରିଛନ୍ତି।