Odiapua.com

ଭୋଟ୍ ସର୍ବସ୍ୱ ନହୋଇ ସମ୍ବେଦନଶୀଳ ହୁଅନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି

ମୟୁରଭଂଜ ଜିଲ୍ଲା ଗସ୍ତ କରି ବନ୍ୟାସ୍ଥିତି ଅନୁଧ୍ୟାନ କଲେ ବିଜେପି ରାଜ୍ୟ ସଭାପତି

– ଦୁର୍ନୀତି ଓ ଦଳୀୟ ଆଧାରରେ ବାସଗୃହ ଆବଂଟନ ହୋଇଥିବାରୁ ଲୋକେ ମୃତ୍ୟୁବରଣ କରିଛନ୍ତି
– ବିଜେଡି ସରକାରର ବିଶ୍ୱସ୍ତରୀୟ ବିକାଶ ମଡେଲର ଅସଲ ମୁଖାକୁ ଖୋଲି ଦେଇଛି ଚଳିତ ବର୍ଷର ବନ୍ୟା
– ରାଜ୍ୟ ସରକାରଙ୍କ ଅସହଯୋଗ ଓ ଅସହିଷ୍ଣୁତା କାରଣରୁ ପକ୍କାଘର ପାଇବାରୁ ବଂଚିତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ
– କପ୍ତିପଦା ବ୍ଲକ ଭେଜିଡିହା ଗାଁ, ଉଦଳାର ରାଇଡାହି, ବାରିପଦା ସହରର ୨୨ ନମ୍ବର ଓ୍‌ôାର୍ଡକୁ ଯାଇ ମୃତକ ପରିବାର ସଦସ୍ୟଙ୍କୁ ଭେଟି ସାନ୍ତ୍ୱନା ଜଣାଇଲେ ରାଜ୍ୟ ସଭାପତି

ଭୁବନେଶ୍ୱର, ତା.୨୪/୦୮ (ଓଡ଼ିଆ ପୁଅ) : ରାଜଧାନୀରେ ବସି ରହିଥିବା ଏବଂ ଶୀତତାପ ନିୟନ୍ତ୍ରୀତ କଠୋରୀରୁ ‘ପୂର୍ବ ପ୍ରସ୍ତୁତି’ / ‘ପ୍ରସ୍ତୁତି’ / ‘ମୋ ସରକାର’ / ‘୫-ଟି’ / ‘ଜିରୋ କାଜୁଆଲିଟି’ ଭଳି ଅନେକ ଭେଳିକି ଶବ୍ଦର ବ୍ୟବହାର କରି ଗଣମାଧ୍ୟମ ଜରିଆରେ ରାଜ୍ୟବାସିଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ଚାଲିଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷର ବନ୍ୟା, ପ୍ରଚାର ସର୍ବସ୍ୱ ରାଜ୍ୟ ସରକାରଙ୍କର ଅସଲ ମୁଖା ଖୋଲି ଦେଇଛି। ବାସ୍ତବରେ ଜନବିରୋଧୀ ରାଜ୍ୟ ସରକାର ନାଟକବାଜୀ କରି ଓଡିଶାବାସୀଙ୍କୁ କେବଳ ପ୍ରତାରଣା ଦେଇଆସିଛି। ଭୋଟ୍ ସର୍ବସ୍ୱ ରାଜନୀତି ନକରି ସମ୍ବେଦନଶୀଳ ହୁଅନ୍ତୁ ରାଜ୍ୟ ସରକାର ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ବନ୍ୟା ପ୍ରଭାବିତ ମୟୁରଭଂଜ ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ଉଦଳା, କପ୍ତିପଦାର ବିଭିନ୍ନ ଅଂଚଳ ସମେତ ବାରିପଦା ସହର ବୁଲି ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରିବା ସହିତ ଅଂଚଳବାସୀଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଉଦଳା ନିର୍ବାଚନ ମଣ୍ଡଳୀ କପ୍ତିପଦା ବ୍ଲକ ମଝିଗାଡିଆ ପଂଚାୟତର ଭେଜିଡିହା ଗାଁ ରେ ବର୍ଷାରେ କାନ୍ଥ ଭୁଶୁଡି ପ୍ରାଣହାନି ହୋଇଥିବା ପରିବାର ସଦସ୍ୟ ଓ ମା ଛେଉଣ୍ଡ ଛୋଟ ଛୋଟ କୁନି ଛୁଆଙ୍କୁ ଭେଟିଥିଲେ। ଉଦଳା ରାଇଡାହିଠାରେ କାନ୍ଥ ପଡି ମୃତ୍ୟୁ କରିଥିବା ପରିବାରକୁ ଭେଟି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ସଭାପତି। ଏହା ପରେ ବାରିପଦା ସହରର ୨୨ ନମ୍ବର ଓ୍‌ôାର୍ଡକୁ ଯାଇ ମୃତକ ପରିବାର ସଦସ୍ୟଙ୍କୁ ଭେଟିଥିଲେ ଶ୍ରୀ ମହାନ୍ତି।

ସୁବର୍ଣ୍ଣରେଖା ଏବଂ ବୈତରଣୀ ବେସିନରେ ଲଗାଣ ବର୍ଷା କାରଣରୁ ବନ୍ୟା ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ତରଫରୁ ସୂଚନା ଦିଆଯାଇଥିଲା। ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର ପ୍ରସ୍ତୁତ ଅଛୁ ବୋଲି କହି ବାହାସ୍ପୋଟ ମାରିଲେ। କପ୍ତିପଦା ବ୍ଲକ ମଝିଗାଡିଆ ପଂଚାୟତର ଭେଜିଡିହା ଗାଁ, ଉଦଳାର ରାଇଡାହି ଗାଁ ଏବଂ ବାରିପଦା ସହରର ୨୨ ନମ୍ବର ଓ୍‌ôାର୍ଡରେ ବର୍ଷାରେ କାନ୍ଥ ଭୁଶୁଡି ପ୍ରାଣହାନି ଘଟିବା ଆଜିକାର ସମୟରେ ଆଦୈା ଗ୍ରହଣୀୟ ନୁହେଁ। ସ୍ୱାଧୀନତା ୭୫ ବର୍ଷ ପୁର୍ତି ଅବସରରେ ଦେଶବାସୀ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ରାଜ୍ୟ ସରକାରଙ୍କ ଅବହେଳା ଓ ଅସମ୍ବେଦନଶୀଳତା କାରଣରୁ କାନ୍ଥ ପଡି ଜିଲ୍ଲାରେ ୭-୭ ଜଣଙ୍କ ମୃତ୍ୟୁ ଘଟିବା ଅତ୍ୟନ୍ତ ଲଜ୍ଜାଜନକ। ବିଜେଡି ସରକାରର ବିଶ୍ୱସ୍ତରୀୟ ବିକାଶ ମଡେଲର ଅସଲ ମୁଖାକୁ ଖୋଲି ଦେଇଛି ଚଳିତ ବର୍ଷର ବନ୍ୟା ବୋଲି ଶ୍ରୀ ମହାନ୍ତି କହିଛନ୍ତି।

୨୦୨୨ ମସିହା ସୁଦ୍ଧା ସମସ୍ତଙ୍କୁ ପକ୍କା ଘର, ଶୈାଚାଳୟ, ପାନୀୟ ଜଳ, ବିଜୁଳି, ରୋଷେଇ ଗ୍ୟାସ ଯୋଗାଇ ଦେବାକୁ ମୋଦି ସରକାର ବଦ୍ଧପରିକର ଏବଂ ସେଥି ପାଇଁ ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି। ବିଶେଷ ଭାବେ ଦିନ ମଜୁରିଆ, ଖଟିଖିଆ ଓ ଗରୀବ ଲୋକମାନେ ଯେପରି ବଂଚିତ ନହୁଅନ୍ତି, ସେଥିପାଇଁ କେନ୍ଦ୍ର ସରକାର ଯତ୍ନବାନ ଥିବା ସ୍ଥଳେ ରାଜ୍ୟ ସରକାରଙ୍କ ଅସହଯୋଗ ଓ ଅସହିଷ୍ଣୁତା କାରଣରୁ ଯୋଗ୍ୟ ଲୋକ ବଂଚିତ ହେଉଛନ୍ତି। ବ୍ୟାପକ ଦୁର୍ନୀତି ଓ ଚଂଚକତା କାରଣରୁ ଲୋକେ ଘର ପାଇବାରୁ ବଂଚିତ ହୋଇ କଚ୍ଚା ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ୨୩ ବର୍ଷ ଧରି ନିରୁଙ୍କଶ ଶାସନ କ୍ଷମତାରେ ଥିବା ସତ୍ୱେ ରାଜ୍ୟ ସରକାର ଏଭଳି ସ୍ଥିତିରେ ରାଜ୍ୟବାସୀଙ୍କୁ ରଖିବା ଅକଳ୍ପନୀୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରାଜ୍ୟର ଅନ୍ୟ ଜିଲ୍ଲାଭଳି ମୟୁରଭଂଜ ଜିଲ୍ଲାରେ ମଧ୍ୟ ଜାଗା ମିଶନ ଫେଲ ମାରିଛି। ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ଜମିର ଯୋଗ୍ୟତା ପ୍ରମାଣ ପତ୍ରର କୈାଣସି ମୂଲ୍ୟ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜିଲ୍ଲାରେ ୧.୪୭ ଲକ୍ଷ ପକ୍କାଘର ଆବଂଟିତ ହୋଇଥିବାବେଳେ ପ୍ରକୃତ ଯୋଗ୍ୟ ଗରୀବ ହିତାଧିକାରୀଙ୍କୁ ବଂଚିତ ରଖାଯାଇଛି। ଦୁର୍ନୀତି ଓ ଦଳୀୟ ଆଧାରରେ ଆବଂଟନ ନହୋଇଥିଲେ, ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ପ୍ରତିନିଧି ଦଳରେ ବିଧାୟକ ଭାସ୍କର ମଢେଇ, ପ୍ରକାଶ ସୋରେନ, ଡ.ବୁଧନ ମୁର୍ମୁ, ସନାତନ ବିଜୁଳି, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ଠାକୁର୍ ରଞ୍ଜିତ୍ ଦାସ, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର, ଉଦଳା ଏନଏସି ଅଧକ୍ଷା ପ୍ରମିଳା ପଣ୍ଡା ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ୍ ଥିଲେ।