Odiapua.com

ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ ଅଭିଯାନ, ଛାତ୍ରଛାତ୍ରୀଙ୍କୁ ସଚେତନ କର୍ମଶାଳା

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ପ୍ରତି ଚାଲିଥିବା ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ ଅଭିଯାନରେ ଛାତ୍ରଛାତ୍ରୀଙ୍କ ଭୂମିକା କର୍ମଶାଳା ବାରିକପୁର ପଂଚାୟତ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଆଦିତ୍ୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସ୍ଥାନୀୟ ବିଡିଓ ଦେବଦତ୍ତ ଦାଶ, ବରିଷ୍ଠ ଅଧ୍ୟାପକ ଅନାଦି ଚରଣ ସାହୁ, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମୀନକେତନ ବାରିକ, ବରିଷ୍ଠ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ବେହେରା, ଭୋଟର ତାଲିକା ସଂଶୋଧନ ସୁପରଭାଇଜର ଖଗେଶ୍ୱର ସୂତାର ସମ୍ବଳ ବ୍ୟକ୍ତିତ୍ୱ ଭାବେ ଯୋଗଦେଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଚାଲିଥିବା ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ ଅଭିଯାନରେ ଛାତ୍ରଛାତ୍ରୀମାନେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ସକ୍ରିୟ ଅଂଶଗ୍ରହଣ କରିବାକୁ ପ୍ରବର୍ତ୍ତାଇଥିଲେ । ଛାତ୍ରଛାତ୍ରୀମାନେ ବି.ଏଲ.ଓ. ଭଳି ଡିଜିଟାଲ ପ୍ଲାଟଫର୍ମରେ ନୂତନ ଯୋଗ, ବାଦ ଓ ସଂଶୋଧନ କରି ଅନ୍ୟର ସହାୟ ହେବାକୁ କର୍ମଶାଳାରେ ପରାମର୍ଶ ଦିଆଯାଇଥିଲା । ବିଶେଷ କରି ପୁରୁଷ ଭୋଟର ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ହେବା ଦିଗରେ ପ୍ରତ୍ୟେକ ଉଦ୍ୟମ କରିବାକୁ କର୍ମଶାଳାରେ ଆହ୍ୱାନ ଦିଆଯାଇଥିଲା ।