Odiapua.com

ଭୋଜିଖାଇ ଅସୁସ୍ଥ ହେଲେ ଶତାଧିକ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୮-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧନୟାଗଡ ଗ୍ରାମରେ ଏକ ଦଶାହ ଭୋଜିଖାଇ ଶତାଧିକ ମହିଳା ପୁରୁଷ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ସମସ୍ତ ଆକ୍ରାନ୍ତମାନେ ଗତ ଅଗଷ୍ଟ ୪ ତାରିଖ ରାତ୍ରି ଓ ୫ ତାରିଖ ସକାଳୁ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି । ସମସ୍ତଙ୍କ ଅବସ୍ଥା ସୁସ୍ଥ ଥିବା ଡାକ୍ତରଙ୍କଠାରୁ ସୁଚନା ।

ଘଟଣାରୁ ପ୍ରକାଶ କନ୍ଧନୟାଗଡ ଗ୍ରାମର ପ୍ରଫୁଲ୍ଲ ପରିଡା(୫୮) ଝାଡପଡା ନିଳକଣ୍ଠେଶ୍ୱର ଦେବ ହାଇସ୍କୁଲ୍ ରେ ଶିକ୍ଷକତା କରୁଥିଲେ । ତାଙ୍କର ଅକାଳ ବିୟୋଗ ଘଟିବା ପରେ ଦଶାହ କାର୍ଯ୍ୟ ଅନୁଷ୍ଠିତ ହେଉଥିଲା । ୩ଶହ ଲୋକଙ୍କ ପାଇଁ ଖାଦ୍ୟ ପାନୀୟ ରୋଷେଇ ହୋଇଥିଲା । କୋଭିଡ୍ କଟକଣା ସମୟରେ ବିନା ଥାନା ପରମିଶନ୍ ନ ଥାଇ ୩ଶହ ଲୋକ ଦଶାହ କାର୍ଯରେ କିପରି ଏକାଠି ହୋଇଥିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।