Odiapua.com

ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ

ଭୁବନେଶ୍ୱର ୧୧ -୧ (ଓଡ଼ିଆ ପୁଅ) ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ତଥା କିମ୍ବଦନ୍ତି ଅଭିନେତା ମିହିର ଦାସଙ୍କ ଦେହାନ୍ତ ହୋଇଛି।

ତାଙ୍କର ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିବା ସୂଚନା ମିଳିଛି।

ତେବେ ପ୍ରାଥମିକ ରିପୋର୍ଟ ଅନୁୟାୟୀ, ତାଙ୍କର ମଲ୍ଟି ଅର୍ଗାନ ଫେଲ୍ୟୁର ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି।

ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି।

ମିହିର ଦାସ ଅନେକ ଓଡ଼ିଆ ଚଳଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ଚଳଚିତ୍ର ଗୁଡ଼ିକ ହେଲେ ରଜାଝିଅ ସଂଗେ ହେଇଗଲା ଭାବ,ଇଡିଅଟ୍,ଏମିତି ବି ପ୍ରେମ ହୁଏ,,କଟକ,କ୍ରିମିନାଲ୍,୧୪୩ ଆଇ ଲଭ ୟୁ,ବାଇଶି ପାହାଚେ ଖେଳିବ ମୀନ,ହିରୋ- ପ୍ରେମ କଥା,ମତେ ବୋହୂ କରି ନେଇ ଯା,ଏ ମନ ଖୋଜେ ମନଟିଏ,ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍,ମନ ମୋର ପ୍ରଜାପତି,ଲୋଫର୍,ଅଭିନେତା,ତୁ ଥା ମୁଁ ଯାଉଛି ଋଷି,ଆସିବୁ କେବେ ସାଜି ମୋ ରାଣୀ,ଦିବାନା,ପ୍ରେମ ଅଢ଼େଇ ଅକ୍ଷର,ତୋତେ ଭଲ ପାଉଛି ବୋଲି,ତୋର ମୋର ଯୋଡ଼ି ସୁନ୍ଦର,ଭୁଲ ବୁଝିବନି ମୋତେ,ପହିଲି ରଜ,ସଞ୍ଜୁ ଆଉ ସଞ୍ଜନା,ଆ ଲୋ ମୋର କଣ୍ଢେଇ,ମୁଁ କଣ ଏତେ ଖରାପ,ଶୁଭ ବିବାହ,ଆଖି ପଲକରେ ତୁ,ତୁମେ ହିଁ ସାଥି ମୋର,ଅଭିମନ୍ୟୁ,ସାତ ସୁରେ ବନ୍ଧା ଏ ଜୀବନ,ଆରେ ସାଥି ଆ,କେଉଁ ଦୁନିଆଁରୁ ଆସିଲ ବନ୍ଧୁ,ଆଇଲାରେ ଓଡ଼ିଆ ପୁଅ,ଶତ୍ରୁ ସଂହାର,ସୁନା ଚଢ଼େଇ ମୋ ରୂପା ଚଢ଼େଇ,ପ୍ରିୟା – ଦି ଡ୍ରିମ ଗାର୍ଲ,ଆରେ ସାଥି ଆ,ମୁନ୍ନା-ଏ ଲଭ ଷ୍ଟୋରୀ,ମୁଁ ସପନର ସଉଦାଗର,ମତେ ତ ଲଭ ହେଲାରେ,ହସିବ ପୁଣି ମୋ ସୁନା ସଂସାର,ମତେ ଆଣି ଦେଲ ଲକ୍ଷେ ଫଗୁନ,ତୋ ବିନା ଭଲ ଲାଗେନ,ଅଗ୍ନିଶିଖା,ଚକା ଚକା ଭଉଁରୀ,ଧଉଳି ଏକ୍ସପ୍ରେସ୍,ଏ ମନ ମାନେନା,ମୁଁ ତତେ ଲଭ କରୁଚି,ଫେରିଆ ମୋ ସୁନା ଭଉଣୀ,ସମୟ ହାତରେ ଡୋରୀ,ରାଖି ବାନ୍ଧିଲି ମୋ ରଖିବ ମାନ,ଶାଶୁଘର ଚାଲିଯିବି,ଥ୍ୟାଙ୍କ ୟୁ ଭଗବାନ,ତୁ ଏକା ଆମ ସାହା ଭରଷା,ଜୀବନ ମୃତ୍ୟୁ,ଟୋପାଏ ସିନ୍ଦୂର ଦି ଟୋପା ଲୁହ,ମାତୃଶକ୍ତି,ସମୟ ଖେଳୁଚି ଚକା ଭଉଁରୀ,ବାଜି,ଧର୍ମ ଦେବତା,ହରି ଭାଇ ହାରେନା,ପ୍ରେମ ବନ୍ଧନ,ରଶ୍ମୀ ରେଖା,ସମୟ ଚକରେ ସଂସାର ରଥ,ଗୋପରେ ବଢୁଛି ମୋ କଳା କହ୍ନେଇ,କଥା କହିବ ମୋ ମଥା ସିନ୍ଦୂର,ଷୋଳ ଶୁକ୍ରବାର,ପବିତ୍ର ବନ୍ଧନ,କୃଷ୍ଣା କାବେରୀ,ମା’ ଓ ମମତା,ମା’ ପରି କିଏ ହେବ,ରାଖି ଭିଜିଗଲା ଆଖି ଲୁହରେ,ଲକ୍ଷ୍ମୀ ପ୍ରତିମା,ଅହଲ୍ୟା,ଲକ୍ଷ୍ମୀର ଅଭିସାର,ସହର ଜଳୁଚି,ସଉଭାଗ୍ୟବତୀ,ସ୍ତ୍ରୀ,ଭୁଲ କାହାର,ଗଙ୍ଗା ଯମୁନା,ସୁହାଗ ସିନ୍ଦୂର,ଜୀବନ ଧାରା,ଭାଇ ହେଲା ଭଗାରି,ଗଢି ଜାଣିଲେ ଘର ସୁନ୍ଦର,ମହୁଆ,ମୁକ୍ତି ମଶାଲ,ଅନୁପମା,ଭାଗ୍ୟ ହାତେ ଡୋରି,ଦାଦାଗିରି,ଶ୍ରଦ୍ଧାଞ୍ଜଳୀ,ଅଗ୍ନି ସଙ୍କଟ,ଘର ମୋର ସ୍ୱର୍ଗ,ପ୍ରିତୀର ଇତି,କି ହେବ ଶୁଆ ପୋଷିଲେ,ହସ ଲୁହ ଭରା ଦୁନିଆ,ହିସାବ କରିବ କାଳିଆ,କାଳିଆ ଭରସା,ପରଦେଶୀ ଚଢେଇ,ଆକାଶର ଆଖି,ପ୍ରତିଶୋଧ ଅପରାଧ ନୁହେଁ,ସାଗର,କନ୍ୟାଦାନ,ଏଇ ତ ଦୁନିଆଁ,ଏଇ ଆମ ସଂସାର,ରାମାୟଣ,ମଥୁରା ବିଜୟ।